ASIର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ଦାବି : କୁତବ ମିନାର ରାଜା ବିକ୍ରମାଦିତ୍ୟ ତିଆରି କରିଥିଲେ

ASI(ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ)ର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା କୁତବ ମିନାରକୁ ନେଇ ବଡ଼ ଦାବି କରିଛନ୍ତି। କୁତବ ମିନାରକୁ କୁଆଡ଼େ ରାଜା ବିକ୍ରମାଦିତ୍ୟ ତିଆରି କରିଥିଲେ। ଏହାକୁ କୁତବ ଅଲ ଦିନ ଐବାକ ତିଆରି କରି ନଥିଲେ ବୋଲି ସେ କହିଛନ୍ତି। ସୂର୍ଯ୍ୟଙ୍କ ଦିଗ ନିର୍ଣ୍ଣୟ ପାଇଁ କୁତବମୀନାର ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି। ତାଜମହଲ, ଜ୍ଞାନବ୍ୟାପୀ ମସ୍ଜିଦ୍ ପରେ ଏବେ ଏହି କୁତବ ମୀନାର ନିର୍ମାଣକୁ ନେଇ ନୂଆ ଦାବି ଉଠିଛି।
ଧର୍ମବୀର ଶର୍ମା କହିଛନ୍ତି, “ଏହା କୁତବ ମିନାର ନୁହେଁ, ବର ଗୋଟିଏ ସୂର୍ଯ୍ୟ ସ୍ତମ୍ଭ। ଏହାକୁ ୫ମ ଶତାବ୍ବୀରେ ରାଜା ବିକ୍ରମାଦିତ୍ୟ ସୂର୍ଯ୍ୟଙ୍କ ଦିଗ ଉପରେ ଗବେଷଣା କରିବାକୁ ତିଆରି କରିଥିଲେ। କୁତବ ଅଲ ଦିନ ଐବାକ ଏହାକୁ ତିଆରି କରି ନାହାନ୍ତି। ଏନେଇ ମୋ ପାଖରେ ଅନେକ ପ୍ରମାଣ ରହିଛି।
ମୁଁ ଏଏସ୍ଆଇ ଅନେକ ଥର କୁତବ ମିନାରରେ ସର୍ଭେ କରିଛି। କୁତବ ମିନାରର ଟାୱାର୍ ୨୫ ଇଞ୍ଚର ଅଣେଇ ହୋଇ ରହିଛି। ଏହାକୁ ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବା ପାଇଁ ଏହାକୁ ଏପରି ତିଆରି କରାଯାଇଥିଲା। ଏହି କାରଣ ପାଇଁ ଜୁନ୍ ୨୧(ସବୁଠାରୁ ବଡ଼ ଦିନ)ରେ କୁତବ ମିନାରର ଛାଇ ଉକ୍ତ ଅଞ୍ଚଳରେ ଅଧା ଘଣ୍ଟା ପାଇଁ ପଡ଼େ ନାହିଁ। ଏହା ବିଜ୍ଞାନ ଓ ପ୍ରତ୍ନତତ୍ତ୍ୱ ବିଭାଗର ତଥ୍ୟ।’’
ତାଙ୍କ କହିବା କଥା କୁତବ ମିନାର ଗୋଟିଏ ସ୍ୱାଧୀନ ଷ୍ଟ୍ରକଚର ଓ ଏହା ନିକଟରେ ଥିବା ମସଜିଦ ସହ ଏହାର କୌଣସି ସମ୍ପର୍କ ନାହିଁ। ଏପରି କି କୁତବ ମିନାରର ଦ୍ୱାର ଉତ୍ତର ଦିଗକୁ ମୁହଁ କରିଛି। ରାତି ସମୟରେ ଆକାଶରେ ଧ୍ରୁବ ତାରାକୁ ଦେଖିବା ପାଇଁ ଏପରି ବ୍ୟବସ୍ଥା ହୋଇଥିବା ଶ୍ରୀ ଶର୍ମା ଦାବି କରିଛନ୍ତି।
Powered by Froala Editor