ଇଣ୍ଡିଗୋ ଏୟାରଲାଇନ୍ ର ନୂଆ ସିଇଓ ହେବେ ପିଟର

ଭାରତରେ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋର ସିଇଓ ଭାବେ ନିଯୁକ୍ତି ପାଇଛନ୍ତି ପିଟର ଇଲବର୍ସ। ଆସନ୍ତା ଅକ୍ଟୋବର ୧ରୁ ସେ ବିଧିବଦ୍ଧ ଭାବେ ଏହି ପଦର ଦାୟିତ୍ୱ ନେବେ।
୨୦୧୪ ମସିହାରୁ ଏଲବର୍ସ କେଏଲ୍ଏମ୍ ଡଚ୍ ଏୟାରଲାଇନ୍ସର ସଭାପତି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ବର୍ତ୍ତମାନ ଇଣ୍ଡିଗୋର ପରିଚାଳନା ଭାର ସମ୍ଭାଳୁଥିବା ରୋନୋଜୟ ଦତ୍ତ ସେପ୍ଟେମ୍ୱର ମାସ ୩୦ ତାରଖରେ ଅବସର ନେବା ନେଇ ନିଷ୍ପତ୍ତି ନେଇଛନ୍ତି । କୋଭିଡ୍ ଭଳି ବିଷମ ସ୍ଥିତିର ସଫଳ ମୁକାବିଲା କରି ସେ କମ୍ପାନୀକୁ ଏବେବି ସମ୍ଭାଳିଥିବା ଇଣ୍ଡିଗୋ ଏକ ଷ୍ଟେଟ୍ମେଣ୍ଟ ଜାରି କରି କହିଛି । ଏଥିପାଇଁ କମ୍ପାନୀ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛି।
ଇଣ୍ଡିଗୋର ଏମଡି ରାହୁଲ ଭାଟିଆ କହିଛନ୍ତି, “ଆମ ବ୍ୟବସାୟୀକୁ ଦୀର୍ଘ ୪ ବର୍ଷ ହେଲା ବେଶ ପ୍ରଭାବୀ ଢଙ୍ଗରେ ଆଗକୁ ନେଇଥିବାରୁ ତାଙ୍କୁ ବୋର୍ଡ ଅଫ ଡିରେକ୍ଟର୍ସ ଓ ମୋ ତରଫରୁ ଅଶେଷ ଧନ୍ୟବାଦ। ବିଶେଷ କରି ଏୟାରଲାନ୍ସ ଇତିହାସରେ ସବୁଠାରୁ ଖରାପ ସମୟରେ ମଧ୍ୟ ସେ କମ୍ପାନୀକୁ ସମ୍ଭାଳିଥିଲେ। ତାଙ୍କ କାର୍ଯ୍ୟ ଦକ୍ଷତା କମ୍ପାନୀକୁ ଆଗକୁ ନେବାରେ ସହାୟକ ହେବ।” ଏହାପରେ ହିଁ ପିଟର ସିଇଓ ଭାବେ କାର୍ଯ୍ୟ ଆରମ୍ଭ କରିବେ।
Powered by Froala Editor