ଖନନବେଳେ ସିଂହ ମୂର୍ତ୍ତି ବାହାରିବା ଘଟଣାକୁ ନେଇ ଏହା କହିଲେ ସମ୍ବିତ ପାତ୍ର

ପୁରୀ: ପୁରୀ ଏମାର ମଠରୁ ଖନନ ବେଳେ ସିଂହ ମୂର୍ତ୍ତି ବାହାରିବା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର । ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ‘ଏହା ଜାତିର ପ୍ରତୀକ, ଇତିହାସ, ଓଡିଶାର ସ୍ୱାଭିମାନ’ । ସତ କେବେ ଲୁଚି ରହେ ନାହିଁ, ଆଜି ନହେଲ କାଲି ପ୍ରକାଶିତ ହେବ । ଯଦି ଇତିହାସକୁ ସୁରକ୍ଷିତ ରଖି ନ ପାରିବା, ପରପିଢି କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି ।
ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଏସଆଇ ସତ୍ୟପାଠ ରିପୋର୍ଟ ଦର୍ଶାଇ ପୁଣି ଥରେ ସରକାରଙ୍କୁ ସମାଲୋଚନା କରିଛନ୍ତି । ବିନା ଅନୁମତିରେ କାମ ହେଉଥିବାରୁ ଏଏସଆଇ ତାଗିଦ୍ କରି ସାରିଛି । ପିନାକୀ ବାବୁ ମିସଲିଡ୍ କରୁଛନ୍ତି, ଯାହା କହୁଛନ୍ତି ସମ୍ବିଧାନ ସମ୍ମତି ନୁହେଁ ବୋଲି ମଧ୍ୟ ସେ କହିଛନ୍ତି । ୪ ଟି ଟଏଲେଟ୍ ନିର୍ମାଣ କଥା ସଂସଦରେ କାହିଁକି କହିଲେ ବୋଲି ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି ।
Powered by Froala Editor