ଆଜି ରାଜ୍ୟ କ୍ୟାବିନେଟ ବୈଠକ
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନ ସାଢ଼େ ୫ଟାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ ହେବାକୁ ଥିବା ଏହି କ୍ୟାବିନେଟ ବୈଠକରେ ପ୍ରାୟ ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ଫେରିବା ପରେ ଅପରାହ୍ନରେ ଏହି ବୈଠକ ବସିବ।
ଅଧିକାଂଶ କ୍ୟାବିନେଟ୍ ମନ୍ତ୍ରୀ ଭୁବନେଶ୍ୱର ବାହାରେ ଥିବାରୁ ସେମାନଙ୍କୁ ଭର୍ଚୁଆଲରେ ସାମିଲ ହେବାକୁ କୁହାଯାଇଛି । ତେବେ ଖବର ଲେଖାହେବା ସୁଦ୍ଧା ମନ୍ତ୍ରୀମାନଙ୍କୁ କ୍ୟାବିନେଟ ବୈଠକର ଏଜେଣ୍ଡା ଦିଆଯାଇ ନାହିଁ କିମ୍ବା ସେମାନଙ୍କ ଅଫିସକୁ ମଧ୍ୟ କୌଣସି ସୂଚନା ଦିଆଯାଇନଥିବା ଜଣାପଡ଼ିଛି।
Powered by Froala Editor