କେଉଁ ଯାତ୍ରୀ କୋଭିଡ ଆକ୍ରାନ୍ତ, ଚିହ୍ନଟ କରିବ ସନ୍ଧାନୀ କୁକୁର

କେଉଁ ଯାତ୍ରୀ କୋଭିଡ ଆକ୍ରାନ୍ତ । ଏଣିକି ସେମାନଙ୍କୁ ଖୋଜି ବାହାର କରିବ ସ୍ନିଫର ଡଗ୍ । ବିଏମ୍ଜେ ଗ୍ଲୋବାଲ ହେଲଥ୍ ଜର୍ନାଲରେ ଏହା ଦାବି କରାଯାଇଛି। ସୂଚନା ମୁତାବକ, ତାଲିମପ୍ରାପ୍ତ ସ୍ନିଫର ଡଗ୍ମାନେ ଏସ୍ଏଆରଏସ୍-ସିଓଭି-୨(ସାର୍ସ-କୋଭ-୨)ଦ୍ୱାରା ସଂକ୍ରମିତ ବିମାନ ଯାତ୍ରୀମାନଙ୍କୁ ସଠିକ୍ ଭାବେ ଚିହ୍ନଟ କରିପାରିବେ ବୋଲି ଏଥିରେ ଦର୍ଶାଯାଇଛି।
କରୋନା ପରୀକ୍ଷା ପାଇଁ ପ୍ରତ୍ୟକ କୁକୁରକୁ ୭ଟି ପରୀକ୍ଷଣ ବିଭାଗରେ ଅଲଗା ଅଲଗା ନମୁନାକୁ ଶୁଙ୍ଘିବାକୁ ଦିଆଯାଇଥିଲା। କେବଳ ସେତିକି ନୁହେଁ କୁକୁରମାନଙ୍କ ଦ୍ୱାରା କରାଯାଇଥିବା କରୋନା ପରୀକ୍ଷଣ ପଜିଟିଭ ମାମଲାର ସଠିକତା ୯୨ ପ୍ରତିଶତ ଠିକ୍ ଥିଲା ଓ ନେଗେଟିଭ ମାମଲାର ସଠିକତା ୯୧ ପ୍ରତିଶତ ଥିଲା।
ଅଧ୍ୟୟନରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ଜଣାପଡ଼ିଛି ଯେ, ଏହି କୁକୁରମାନେ କରୋନାର ଆଲ୍ଫା ଭ୍ୟାରିଆଣ୍ଟ ଚିହ୍ନଟ କରିବାରେ ବହୁତ କମ୍ ସଫଳ ହେବେ କାରଣ ସେମାନଙ୍କୁ କରୋନାର ମୂଳ ଭୁତାଣୁକୁ ଚିହ୍ନଟ କରିବା ପାଇଁ ପ୍ରଶିକ୍ଷିତ କରାଯାଇଛି। ଏଥିରୁ ଜଣା ପଡ଼ିଛି ଯେ, କୁକୁରମାନେ ବିଭିନ୍ନ ଧରଣର ଗନ୍ଧର ପାର୍ଥକ୍ୟ ଜାଣିବାରେ କେତେ ସକ୍ଷମ। କୁକୁର ଶରୀରରେ ହେଉଥିବା ବିଭିନ୍ନ ମେଟାବୋଲିକ ପ୍ରକ୍ରିୟା ସମୟରେ ନିର୍ଗତ ହେଉଥିବା ଜୈବିକ ଯୌଗିକକୁ ଚିହ୍ନଟ କରିବାରେ ବହୁତ ସକ୍ଷମ ହୋଇଥାଏ ଯେଉଁଥିରେ ବ୍ୟାକ୍ଟେରିଆ, ସଂକ୍ରମିତ ଓ ସଂକ୍ରମଣରୁ ସୃଷ୍ଟି ହୋଇଥିବା ଯୌଗିକ ମଧ୍ୟ ଯଡ଼ିତ ଥାଏ ବୋଲି କୁହାଯାଇଛି ।
Powered by Froala Editor