ଶିବଲିଙ୍ଗର ସୁରକ୍ଷା ହେବ, କିନ୍ତୁ ନମାଜ ପାଠ ବନ୍ଦ ହେବନିି : ସୁପ୍ରିମକୋର୍ଟ

ଜ୍ଞାନବାପୀ ମସଜିଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସଂକ୍ରାନ୍ତ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ଗୁରୁବାର ଯାଏ ଘୁଞ୍ଚାଇ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାରେ ନିମ୍ନ ଅଦାଲତରେ ବିଚାର ଚାଲିଛି। ତେଣୁ ଜିଲା କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରାଯିବା ଉଚିତ୍।
ମେ’ ୧୬ରେ ବାରାଣସୀର ଗୋଟିଏ ସିଭିଲ କୋର୍ଟ ମସିଜଦକୁ ସିଲ୍ କରିବା ସହ ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଇଥିଲେ। ହେଲେ ଆଜି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଉପରେ ରୋକ ଲଗାଇ ଦେଇଛନ୍ତି। ସୁପ୍ରିମକୋର୍ଟ କେବଳ ଶିବଲିଙ୍ଗ ମିଳିଥିବା ଅଞ୍ଚଳର ସୁରକ୍ଷା ସମ୍ପର୍କରେ ଦିଆଯାଇଥିବା ନିର୍ଦ୍ଦେଶ ସହ ରହିଥିବା କହିଛନ୍ତି। ଏଥିସହ ଶିବଲିଙ୍ଗର ସୁରକ୍ଷା ସହ ମସଜିଦରେ ଯେମିତି ନମାଜ ପାଠ ବନ୍ଦ ନହେବ, ତା’ର ମଧ୍ୟ ବ୍ୟବସ୍ଥା କରିବାକୁ ସର୍ବୋଚ୍ଚ ଅଦାଲତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ସୁପ୍ରିମକୋର୍ଟ ଜ୍ଞାନବାପୀ ମସଜିଦ ସହ ଜଡ଼ିତ ସମସ୍ତ ଆବେଦନକାରୀ ଓ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ କରିଛନ୍ତି। ଏହାବାଦ ସର୍ବୋଚ୍ଚ ଅଦାଲତ ବାରାଣସୀ କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଉପରେ କୌଣସି ରୋକ ଲଗାଇ ନାହାନ୍ତି। ବାରାଣସୀ କୋର୍ଟ ଏହି ମାମଲାର ଶୁଣାଣି କରି ମସଜିଦର ସର୍ଭେ କରିଥିବା ଟିମ୍କୁ ୨ ଦିନ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି।
Powered by Froala Editor