ଟିକା ନେଲେ ମିଳିବ ୬ ହଜାର ଟଙ୍କା

ୱାସିଂଟନ : କରୋନା ଟିକା ନେଇ ଏବେ ଭାରତରେ ବେଶ ଆଗ୍ରହ ପରିଲକ୍ଷିତ ହେଉଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଆମେରିକାରେ ଏବେବି ଲୋକମାନେ ଟିକା ନେବା ପାଇଁ ସେତେଟା ଆଗ୍ରହୀ ନଥିବାରୁ ଟିକାକରଣ ପ୍ରକ୍ରିୟା ଧିମେଇ ଯାଇଛି । ତେବେ ଆମେରିକାରେ ସ୍ଥିତି ସଂଗୀନ ହେଉଥିବାରୁ ଟିକାକରଣ ପାଇଁ ଏବେ ପ୍ରୋତ୍ସାହନ ଦିଆଯାଉଛି । କେଉଁଠି ଟିକା ନେଉଥିବା ବ୍ୟକ୍ତିଙ୍କୁ ୩ ହଜାରରୁ ୬ ହଜାର ଟଙ୍କା ମିଳୁଛି ତ ଆଉ କେଉଁଠି ବିଅର ବି ମାଗଣାରେ ଦିଆଯିବା ନେଇ ଘୋଷଣା କରାଯାଇଛି ।
ନୁ୍ୟଜର୍ସିରେ ସଟ ଆଣ୍ଡ ବିଅର ବୋଲି ନାରା ଦିଆଯାଇଛି । ମାନେ ଟିକା ନେଲେ ବାରରେ ମାଗଣାରେ ବିଅର ପିଇବାକୁ ମିଳିବ । ଡିଟ୍ରୋଏଟରେ ଯିଏ ଲୋକଙ୍କୁ ନେଇ ଟିକାକରଣ କେନ୍ଦ୍ରକୁ ଯିବ ତାକୁ ୫୦ ଡଲାରର ପ୍ରିପେଡ଼ କାଡର଼୍ ମିଳୁଛି । ଅପରପକ୍ଷରେ ମ୍ୟାରିଲାଣ୍ଡରେ ଟିକା ନେଲେ ୧୦୦ ଡଲାର ମିଳିବ ବୋଲି ଗଭର୍ଣ୍ଣର ଲାରି ହୋଗାନ ଘୋଷଣା କରିଛନ୍ତି ।
ଏହାଦ୍ୱାରା ଆମେରିକୀୟମାନେ ଦୁଇଟି ଲାଭ ପାଉଛନ୍ତି ବୋଲି ଜଣେ ଅର୍ଥନୀତିଜ୍ଞ କହିଛନ୍ତି । ଗୋଟିଏ ପଟେ ଟିକାକରଣ ଜୋର ଧରିବା ସହ ସେମାନଙ୍କୁ ମିଳୁଥିବା ପ୍ରୋତ୍ସାହନ ଦ୍ୱାରା ବ୍ୟବସାୟ ବି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
Powered by Froala Editor