ପଚା ମାଛ ଖାଇ ଝାଡ଼ାବାନ୍ତି, ୨ମୃତ
ମୋହନା: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅନ୍ତର୍ଗତ ଲାକଟେରୀ ଗାଁରେ ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗାଁର ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଚିକିତ୍ସାଧୀନ ଅଛନ୍ତି। ୧୩ ଜଣ ଗାଁରେ ଚିକିତ୍ସାଧୀନ ଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି।
ପଚା ମାଛ ଖାଇ ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ମେଡ଼ିକାଲ କର୍ମଚାରୀ କହିଛନ୍ତି। ହେଲେ ଝାଡାବାନ୍ତି ପଛରେ ଦୂଷିତ ପାଣି ମୁଖ୍ୟ କାରଣ ବୋଲି ଗାଁ ଲୋକେ କହିଛନ୍ତି। ମେଡ଼ିକାଲ ଟିମ୍ ଗାଁରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା କରିଛନ୍ତି। ଗ୍ରାମବାସୀଙ୍କୁ ସଚେତନ କରିବା ସହ କୂଅରେ ବ୍ଲିଚିଂ ପକାଇଛନ୍ତି। ଚିକିତ୍ସା ପରେସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।
Powered by Froala Editor