ଗୁରୁ ନାନକ ଦେବ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ

ପଞ୍ଜାବର ଅମୃତସରରେ ଗୁରୁ ନାନକ ଦେବ ହସପିଟାଲରେ ଆଜି ଅପରାହ୍ନରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଓପିଡି ନିକଟରେ ଏକ ବଡ଼ ବିସ୍ଫୋରଣର ହେବା ପରେ ନିକଟସ୍ଥ କୋଠାରେ ନିଆଁ ଲାଗିଯାଇଥିଲା। ନିଆଁ ଭୟଙ୍କର ଥିଲା । ଫଳରେ ରୋଗୀମାନେ ନାହିଁ ନଥିବା ହଇରାଣ ହୋଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ରୋଗୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। କୌଣସି ମୃତାହତ ରିପୋର୍ଟ ପହଞ୍ଚି ନାହିଁ। ତେବେ ୬୫୦ ରୋଗୀଙ୍କୁ ଡାକ୍ତରଖାନାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ବୋଲି କୁହାଯାଉଛି। ନିଆଁ ଲାଗିବା ଘଟଣା ଜାତୀୟ ଖବର ସରୋବରାହ ସଂସ୍ଥା ଏଏନଆଇ ପକ୍ଷରୁ ରିପୋର୍ଟ ହୋଇଛି।
ଡାକ୍ତରଖାନାରେ ବିସ୍ଫୋରଣ ହୋଇଥିବା ଡାକ୍ତରଖାନାର ଅଧିକାରୀମାନେ ନିଶ୍ଚିତ କରିବା ସହ କହିଛନ୍ତି ଯେ ଓପିଡି ନିକଟରେ ସ୍ଥାପିତ ଦୁଇଟି ବୈଦ୍ୟୁତିକ ଟ୍ରାନ୍ସଫର୍ମର ଫାଟିବାରୁ ଡାକ୍ତରଖାନାରେ ନିଆଁ ଲାଗିଥିଲା।
ସୂଚନା ଯେ ଗତକାଲି ଦିଲ୍ଲୀରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା, ଯେଉଁଥିରେ ୨୭ଜଣଙ୍କର ମୃତ୍ୟୁ ହୋଇଥିଲା।
Powered by Froala Editor