ହେଲିକପ୍ଟର ଦୁର୍ଘଟଣା, ଓଡିଆ ପାଇଲଟ୍ ମୃତ

ରାୟପୁର: ଛତିଶଗଡର ରାୟପୁର ବିମାନ ବନ୍ଦରରେ ଗତକାଲି ରାତିରେ ଏକ ସରକାରୀ ହେଲିକପ୍ଟର ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଦୁଇ ଜଣ ପାଇଲଟଙ୍କ ମୃତୁ୍ୟ ହୋଇଛି । ସେମାନେ ହେଲେ କ୍ୟାପଟେନ୍ ଗୋପାଳକୃଷ୍ଣ ପଣ୍ଡା ଓ କ୍ୟାପଟେନ୍ ଏ ପି ଶ୍ରୀବାସ୍ତବ । ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅବତରଣ ସମୟରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଭୂମିରେ ପିଟି ହୋଇଯାଇଥିଲା ।
ଉଦ୍ଧାରକାରୀ ଟିମ୍ ତୁରନ୍ତ ଉଭୟ ପାଇଲଟଙ୍କୁ ହେଲିକପ୍ଟର ଧ୍ୱଂସାବଶେଷ ଭିତରୁ ବାହାର କରିଥିଲେ ଏବଂ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ସେଠାରେ ଉଭୟଙ୍କର ମୃତୁ୍ୟ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ । କ୍ୟାପଟେନ୍ ପଣ୍ଡା ଓଡିଶାର ବାସିନ୍ଦା ଏବଂ କିଛି ବର୍ଷ ହେଲା ସେ ଛତିଶଗଡ ସରକାରରେ ବରିଷ୍ଠ ପାଇଳଟ୍ ଭାବେ କାମ କରି ଆସୁଥିଲେ । କ୍ୟାପଟନ୍ ଶ୍ରୀବସ୍ତବ ଦିଲ୍ଲୀର ବାସିନ୍ଦା ବୋଲି ଜଣାପଡିଛି ।
Powered by Froala Editor