ଦେଶରେ ଦିନକରେ ୨୮୨୭ ସଂକ୍ରମିତ, ୨୪ ମୃତ
ନୂଆଦିଲ୍ଲୀ: ଦେଶରେ କ୍ରମଶଃ କମୁଛି କୋରୋନା ସଂକ୍ରମଣ । ଆଜି(ଗୁରୁବାର) ମଧ୍ୟ ପଜିଟିଭ ମାମଲା ୩ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୨,୮୨୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ସଂକ୍ରମିତଙ୍କ ସହ ମୃତ୍ୟୁସଂଖ୍ୟା ମଧ୍ୟ ଖୁବ୍ କମ୍ ରହିଛି । ଦିନକରେ ମାତ୍ର ୨୪ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ଏବଂ ୩,୨୩୦ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ସେହିପରି ସଂକ୍ରମଣ କମିବା ପରେ ସକ୍ରିୟ ମାମଲା ମଧ୍ୟ ୨୦ ହଜାର ତଳକୁ ଖସିଆସିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୯,୦୬୭ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର ୦.୬୦% ରହିଛି । ଏଯାବତ୍ ସମୁଦାୟ ୪,୨୫,୭୦,୧୬୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୨୪,୧୮୧ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୦ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୪,୮୫,୨୯୨ ଡୋଜ୍ ଦିଆଯାଇଛି ।
Powered by Froala Editor