ଜୀବନ ହାରିଲେ ଦ୍ୱାଦଶ ଶ୍ରେଣୀ ଛାତ୍ର!
ଭୁବନେଶ୍ୱର: ଆଜି ପିଲାମାନଙ୍କୁ ପିତାମାତା କିଛି ବି ଆକଟ ପୂର୍ବରୁ ଭୟ କରୁଛନ୍ତି । ପିଲାମାନେ ରାଗରେ ହଠାତ୍ ଚରମ ନିଷ୍ପତ୍ତି ନେଉଛନ୍ତି । ଏପରିକି ଆତ୍ମହତ୍ୟା କରିବାକୁ ପଛାଉନାହାନ୍ତି । ଦ୍ୱାଦଶ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । କାମାକ୍ଷାନଗର ସରାଙ୍ଗ ସ୍ଥିତ ଆଇଜିଆଇଟି କ୍ୱାଟର୍ସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ କ୍ୱାଟର୍ସରେ ରହୁଥିବା ଆଇଜିଆଇଟିର ଜଣେ କର୍ମଚାରୀଙ୍କ ପୁଅ ହୋଇଥିବା ସୂଚନା ମିଳିଛି ।
ମୃତକ ତାଳଚେର ଥର୍ମାଲ ଡିଏଭି ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ର ଅଟନ୍ତି । ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଖରାପ ଆଶଙ୍କାରେ ଆତ୍ମହତ୍ୟା କରିଥିବା ସନେ୍ଦହ କରାଯାଉଛି । ଏକ ସୁଇସାଇଡ୍ ନୋଟ୍ ଲେଖି ଉକ୍ତ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ଛାତ୍ରଙ୍କ ଏଭଳି ଅକାଳ ମୃତୁ୍ୟ ପାଇଁ ସାରା ପରିବାରରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor