ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ:ମଦ ପିଇବାରେ ଆଗରେ ଓଡିଶାର ପୁରୁଷ ଓ ମହିଳା
ଭୁବନେଶ୍ୱର: ସର୍ବଭାରତୀୟ ହାର ଅପେକ୍ଷା ଓଡ଼ିଶାରେ ଅଧିକ ହାରରେ ପୁରୁଷମାନେ ମଦ୍ୟପାନ କରନ୍ତି । ସେମିିତି ଓଡ଼ିଶାର ମହିଳାମାନେ ବି ସର୍ବଭାରତୀୟ ହାର ଅପେକ୍ଷା ଆଗରେ ରହିଛନ୍ତି । ସ୍ୱାସ୍ଥ୍ୟ ମଂତ୍ରଣାଳୟ ଦ୍ୱାରା କରାଯାଇଥିବା ସଦ୍ୟ ପ୍ରକାଶିତ- ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ବା ଏନଏଫ୍ଏଚଏସ-୫ରୁ ଏଭଳି ତଥ୍ୟ ପଦାକୁ ଆସିଛି । ଓଡ଼ିଶାରେ କାହିଁକି ଅଧିକ ଲୋକ ମଦ୍ୟ ପାନ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରୁ ଏଭଳି ତଥ୍ୟ ପଦାକୁ ଆସିଛି । ୧୫ ବର୍ଷରୁ ଅଧିକ ବୟସର କେତେ ଲୋକ ମଦ୍ୟପାନ କରୁଛନ୍ତି ସେ ନେଇ ଘର ଘର ବୁଲି ତଥ୍ୟ ସଂଗ୍ରହ କରିଥିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତ ଏଜେନସି । ମହିଳା ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟ, ଓ ଅନ୍ୟ କେତେକ ସୂଚକାଙ୍କ ଉପରେ ପ୍ରାୟ ପ୍ରତି ୫ ବର୍ଷରେ ଏଭଳି ନମୁନା ସର୍ଭେ କରିଥାଏ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ୨୦୧୯ରୁ ୨୦୨୧ ମଧ୍ୟରେ ଏହି ସର୍ଭେରେ ଭାରତର ୬,୩୬,୬୯୯ ପରିବାରକୁ ନିଆଯାଇଥିବା ବେଳେ ଓଡ଼ିଶାର ୨୬,୪୭୬ ପରିବାରଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା ।
Powered by Froala Editor