ଏହି ସାମ୍ବାଦିକ ପାଇଲେ ମରୋଣତ୍ତର ସମ୍ମାନ

ଭୁବନେଶ୍ୱର:ଚଳିତ ବର୍ଷ ଅର୍ଥାତ ୨୦୨୨ ପାଇଁ ପୁଲିତଜର ପୁରସ୍କାର ଘୋଷଣା କରାଯାଇଛି । ସାମ୍ବାଦିକତା କ୍ଷେତ୍ରରେ ଆମେରିକାର ଏହି ସର୍ବୋଚ୍ଚ ପୁରସ୍କାର ପାଇବାରେ ୩ଜଣ ଭାରତୀୟ ଅଛନ୍ତି । ଏମାନେ ହେଲେ ଅଦନାନ ଆବିଦି , ସନା ଇରସାଦ ମଟ୍ଟୁ ଓ ଅମିତ ଦବେ । ଏହାସହ ରଏଟର୍ସର ରିପୋର୍ଟର ସ୍ୱର୍ଗତ ଦାନିଶ ସିଦ୍ଧିକିଙ୍କୁ ଏହି ସମ୍ମାନ ମରଣୋତ୍ତର ଭାବେ ମିଳିଛି ।
ଅଦନାନ୍ ଆବିଦି, ସନା ଇରସାଦ ମଟ୍ଟୁ ଓ ଅମିତ ଦବେଙ୍କୁ କୋଭିଡ ସମୟରେ ନେଇଥିବା ଫଟୋ ପାଇଁ ଏହି ପୁରସ୍କାର ମିଳିଛି । ସେହିଭଳି ସିଦ୍ଧିକି ଗତବର୍ଷ ଆଫଗାନ୍ ସୁରକ୍ଷାକର୍ମୀ ଓ ତାଲିବାନ୍ ବିଦ୍ରୋହୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ସମୟରେ ରିପୋଟିଙ୍ଗ କରୁଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଛି । ସୂଚନାଯୋଗ୍ୟ ଯେ, ଏହି ରିପୋଟିଂ ସମୟରେ ହିଁ ସିଦ୍ଧିକିଙ୍କ ମୃତୁ୍ୟ ହୋଇଥିଲା ।
Powered by Froala Editor