ଦେଖାଗଲାଣି ବାତ୍ୟା ‘ଅସାନି ଆଖି
ଭୁବନେଶ୍ୱର: ଦୃଶ୍ୟମାନ ହେଲାଣି ବାତ୍ୟା ‘ଅସାନି’ ଆଖି । ମଙ୍ଗଳବାର ସକାଳ ୯ଟାରେ ମଛଲୀପାଟନମ ଡପ୍ଲର ରାଡ଼ାରରେ ଭୀଷଣ ବାତ୍ୟାର ରୂପ ନେଇଥିବା ଅସାନିର ଆଖି ଦୃଶ୍ୟମାନ ହୋଇଛି । ଏ ନେଇ ଟୁଇଟ୍ ଯୋଗେ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ବାତ୍ୟା ଏବେ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୪୯୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦କିମି ଦୂରରେ କେନ୍ଦ୍ରୀଭୂତ ଅଛି ଭୀଷଣ ବାତ୍ୟା ‘ଅସାନି’ । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୦ କିମି ବେଗରେ ଗତି କରୁଛି ।
ଏବେ ‘ଅସାନି’ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୪୯୦ କିମି ଓ ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି । ବର୍ତ୍ତମାନ ଏହାର ଗତି ପଶ୍ଚିମ -ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୦ କିମି ରହିଛି ।
ର୍ ‘ଅସାନି’ ପ୍ରଭାବରେ ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । କିଛି ଜିଲ୍ଲାରେ ଘଣ୍ଟାପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ସତର୍କତା ସୂଚନା ଜାରି କରାଯାଇଛି ।
‘ଅସାନି’ ପ୍ରଭାବରେ ଅଶାନ୍ତ ହେଲାଣି ଗୋପାଳପୁର ବେଳାଭୂମି । ସମୁଦ୍ରରେ ଉଚ୍ଚ୍ ଜୁଆର ଆସୁଥିବା ବେଳେ ଗୋପାଳପୁର ବେଳାଭୂମିରେ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି । ପର୍ଯ୍ୟଟକଙ୍କୁ ବେଳାଭୂମିକୁ ଯିବାକୁ ବାରଣ କରାଯାଇଛି । ଆଜି ଓ ଆସନ୍ତାକାଲି ସମୁଦ୍ର ଉପକୂଳକୁ ନ ଯିବାକୁ ଗଞ୍ଜାମ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି ।
Powered by Froala Editor