ଘାଟି ନିକଟରେ ଦୁର୍ଘଟଣା,୫ ମୃତ
ଡେରାଡୁନ: ଉତ୍ତରାଖଣ୍ଡ ଟିହରି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବିବାହ ପାଇଁ ଜିନିଷ କିଣି ଘରକୁ ଫରୁଥିବା ବେଳେ ସକାଳେ ତୋତା ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ଯେଉଁଥିରେ ୫ ଜଣ ଲୋକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତଙ୍କ ଘର ଚମୋଲି ଅଞ୍ଚଳରେ ବୋଲି ଜଣା ପଡ଼ିଛି।
ସୂଚନା ଥାଉକି,ରବିବାର ସକାଳେ ଜାତୀୟ ରାଜପଥ ୫୮ ତୋତା ଘାଟି ନିକଟରେ ସଫେଦ ପାହାଡ଼ରେ କାର ଦୁର୍ଘଟଣା ଗ୍ରସ୍ଥ ହୋଇ ପ୍ରାୟ ଦୁଇ ଶହ ପଚାଶ ମିଟର ତଳକୁ ଖସି ପଡ଼ିଥିଲା। ଗାଡ଼ିରେ ବସିଥିବା ସମସ୍ତ ୫ ଜଣଙ୍କ ଘଟଣାସ୍ଥରେ ମୃତ୍ୟୁ ହୋଇଛି।
Powered by Froala Editor