ଯୁବକଙ୍କୁ ଟାଣି ନେଲା କୁମ୍ଭୀର!
ଆଳି: ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇ ଯୁବକ ନିଖୋଜ ହୋଇଯାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଳି ଥାନା ନଳପାହି ଗାଁ’ ନିକଟ ବ୍ରାହ୍ମଣୀ ନଦୀରେ । ସୂଚନା ଅନୁସାରେ ଯୁବକ ଜଣଙ୍କ ମାଛ ଧରିବାକୁ ଯାଇଥିଲେ କିନ୍ତୁ ଫେରିନଥିଲେ । ଦୀର୍ଘ ସମୟ ଧରି ଉକ୍ତ ଯୁବକ ଜଣଙ୍କ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । କିନ୍ତୁ ଯୁବକଙ୍କ ପତ୍ତା ମିଳିନଥିଲା । ଏହାପରେ ଯୁବକଙ୍କ ଗାମୁଛା ଓ ଚପଲ ନଦୀ କୂଳରେ ପଡି ରହିଥିବା ଦେଖିବାକୁ ମିଳିଥିଲା ।। କୁମ୍ଭୀର ଚଳପ୍ରଚଳ ଅଂଚଳ ହୋଇଥିବାରୁ ସ୍ଥାନୀୟ ଲୋକମାନେ କୁମ୍ଭୀର ଟାଣି ନେଇଥିବା ସନେ୍ଦହ ହେଉଛି । ଘଟଣାସ୍ଥଳରେ ପୋଲିସ୍ ପହଂଚି ଘଟଣାର ତଦନ୍ତ ଜାରି ରଖିଛି ।
ଯୁବକ ଜଣଙ୍କ କୁଆଡେ ଗଲେ ଏନେଇ ଏବେବି ଖୋଜାଖୋଜି ଜାରି ରହିଛି । ହଠାତ୍ ଯୁବକ ଉଭାନ ହୋଇଯାଇଥିବାରୁ ପରିବାରରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor