ମାଷ୍ଟର ପ୍ଲାନ୍ ପ୍ରସ୍ତୁତ, ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବ ଭାରତ

ଖୁବ ଶୀଘ୍ର ଭାରତ ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବ । ଏଥିପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଥିବା କଥା ‘ଇସ୍ରୋ’ର ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି। ଏସ୍. ସୋମନାଥ କହିଛନ୍ତି, ଶୁକ୍ର ଗ୍ରହର ବାୟୁମଣ୍ଡଳ ଉପରେ ଅଧ୍ୟୟନ କରାଯିବ। ସେଠାରେ ଜୀବସତ୍ତା ଅଛି କି ନାହିଁ ତାହା ସନ୍ଧାନ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ। ଏହି ଗ୍ରହକୁ ‘ସଲ୍ପ୍ୟୁରିକ୍ ଏସ୍ଡ୍’ର କଳା ବାଦଲ ଢ଼ାଙ୍କି ରହିଛି। ଏଠାରେ ଅନେକଗୁଡିଏ ବିଷାକ୍ତ ଗ୍ୟାସ୍ ମଧ୍ୟ ଥିବା ସନ୍ଦେହ କରାଯାଉଛି। ତେଣୁ ବେଶ୍ ସାବଧାନତାର ସହ ଏହି ଗ୍ରହକୁ ମହାକାଶ ଯାନ ପଠାଯିବ।
ଶୁକ୍ର କିଭଳି ଅନିୟନ୍ତ୍ରିତ ଆଗ୍ନେୟ ଗୋଲୋକ ପାଲଟିଲା ତାହା ଜାଣିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ସମେତ କେତେକ ଦେଶ ଶୁକ୍ର ଅଭିଯାନରେ ଯିବା ପାଇଁ ଯୋଜନା କରୁଛନ୍ତି। ବିଶେଷଜ୍ଞମାନେ କହୁଛନ୍ତି କି, ଏକଦା ଶୁକ୍ର ପୃଥିବୀ ପରି ଥିଲା। ସେହି କାରଣରୁ ତାହାକୁ ପୃଥିବୀର ଯମଜ ବୋଲି କୁହାଯାଏ। କିନ୍ତୁ, ଜଳବାୟୁ ପରିବର୍ତ୍ତନ ଯୋଗଁ ଶୁକ୍ରର ଦଶା ଆଜି ଏମିତି ହୋଇଯାଇଛି। ତେଣୁ କିଛି ବର୍ଷ ହେବ ଏହି ଅଭିଯାନ ପାଇଁ ମିସନ୍ ପ୍ଲାନ୍ ପ୍ରସ୍ତୁତ ହୋଇସାରିଛି ଏବଂ କେତେ ଅର୍ଥ ଆବଶ୍ୟକ ହେବ, ତାହା ମଧ୍ୟ ଆକଳନ କରାଯାଇଛି ବୋଲି ‘ଇସ୍ରୋ’ ଅଧ୍ୟକ୍ଷ କହିଛନ୍ତି । ଶୁକ୍ର ଗ୍ରହକୁ ମହାଶଯାନ ପଠାଇବା ମିଶନ ଖୁବ କମ୍ ସମୟ ମଧ୍ୟରେ ଭାରତ ପାଇଁ ସମ୍ଭବ। କାରଣ ଆଜି ଭାରତ ପାଖରେ ଏହା କରି ଦେଖାଇବା ପାଇଁ ସାମର୍ଥ୍ୟ ଅଛି ବୋଲି ସେ କହିଛନ୍ତି।
Powered by Froala Editor