ଯୁଦ୍ଧର ପ୍ରଭାବ : ଦୀର୍ଘ ଦିନ ପରେ ବଢ଼ିଲା ରେପୋ ରେଟ୍
ଦୀର୍ଘ ବ୍ୟବଧାନ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ହାର ବୃଦ୍ଧି କରିଛନ୍ତି । ୦.୪୦ ପ୍ରତିଶତ ବୃଦ୍ଧି ସହ ରେପୋ ହାର ୪.୪୦ ପ୍ରତିଶତକୁ ପହଞ୍ଚିଛି। ଫଳରେ ଦେଶରୁ ଶସ୍ତା ଋଣର ଯୁଗ ଶେଷ ହୋଇଯାଇଛି। ଆରବିଆଇଙ୍କ ଏହି ଘୋଷଣା ପରେ ଲୋକଙ୍କ ଉପରେ ଇଏମଆଇ ବୋଝ ବଢିବ। ନିକଟରେ ଆରବିଆଇ ମୌଦ୍ରିକ ନୀତି ସମୀକ୍ଷା କରିଥିଲେ। ସେତେବେଳେ ରେପୋ ହାର ଅପରିବର୍ତ୍ତିତ ରଖିଥିବା ବେଳେ ବୁଧବାର ଅଚାନକ ସାମ୍ବାଦିକ ସମ୍ମିଳନୀ ଡକାଇ ହାର ବୃଦ୍ଧି ହୋଇଥିବା ଘୋଷଣା କରିଛନ୍ତି।
ଆର୍ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ କହିଛନ୍ତି, ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଏବେ ଅନୁଭବ ହେଉଛି। ଏହି ଯୁଦ୍ଧର ପ୍ରଭାବ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଉପରେ ପଡିଛି। ଏଥିସହିତ ମୁଦ୍ରାସ୍ଫୀତିର ବୃଦ୍ଧିକୁ ଦୃଷ୍ଟିରେ ରଖି ଆରବିଆଇ ବର୍ତ୍ତମାନ ଏହାର ‘accommodative stance’ ଅର୍ଥାତ୍ ଉଦାରବାଦୀ ଆଭିମୁଖ୍ୟ ଛାଡି ବେଞ୍ଚମାର୍କ ହାରକୁ ବୃଦ୍ଧି କରିବାକୁ ଯାଉଛି।
ଉଲ୍ଲେଖ ଯୋଗ୍ୟ ଯେ, ଗତ ଦୁଇ ବର୍ଷ ହେଲା ରେପୋ ରେଟ୍ ଅପରିବର୍ତ୍ତିତ ରହିଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରା ସମୀକ୍ଷା ବୈଠକରେ ଆର୍ବିଆଇ କମ୍ରାଗତ ୧୧ଥର ପାଇଁ ରେପୋ ରେଟ୍ କୌଣସି ପରିବର୍ତ୍ତନ କରିନଥିଲା। ଆରବିଆଇ ଏହାକୁ ୪ ପ୍ରତିଶତରୁ କମ୍ ରଖିଥିଲା ଏବଂ ରିଭର୍ସ ରେପୋକୁ ୩.୩୫% ରଖିଥିଲା। ତେବେ ବଦଳୁଥିବା ପରିସ୍ଥିତିରେ ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ସଂକେତ ଦେଇଥିଲେ। ତେଣୁ ରେପୋ ରେଟ୍ ବୃଦ୍ଧି କରାଯାଇଛି ।
Powered by Froala Editor