ମୋଦିଙ୍କୁ ଓଡିଶାର ପଟ୍ଟଚିତ୍ର ଦେଖାଇଲେ ଡେନମାର୍କ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡେନମାର୍କ ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରେ ଲାଗିଥିବା ଓଡିଶାର ପଟ୍ଟଚିତ୍ର ଦେଖାଇଛନ୍ତି । ଓଡିଶାର ଅନନ୍ୟ କଳା ସଂସ୍କୃତି, ପଟ୍ଟଚିତ୍ର, ଭାସ୍କର୍ଯ୍ୟକୁ ପ୍ରଧାନମନ୍ତ୍ରୀ ବିଶ୍ୱ ଦରବାରରେ ପହଞ୍ଚାଇଥିବରୁ ଓଡିଶା ତରଫରୁ କେନ୍ଦ୍ରମନ୍ତ୍ରୀ ଦର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପ ଗସ୍ତ ସମୟରେ ଗତକାଲି ଡେନମାର୍କ ଗସ୍ତ ଚକରିଛନ୍ତି । ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିକ୍ସନଙ୍କୁ ସାକ୍ଷାତ କରିବା ସମୟରେ ତାଙ୍କ ବାସଭବନରେ ଲାଗିଥିବା ପ୍ରଭୁ ଶ୍ରୀରାମଙ୍କ ଦରବାର ବିଷୟରେ ବର୍ଣ୍ଣିତ ଓଡିଶାର ପଟ୍ଟଚିତ୍ରକୁ ଦେଖାଇଥିଲେ । ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଏହି ପଟ୍ଟଚିତ୍ର ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଓଡିଶାର ଏହି ପଟ୍ଟଚିତ୍ରକୁ ନେଇ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଓଡିଶା ଏବଂ ଓଡିଶାର ପାରମ୍ପରିକ କଳାର ବୈଭବତାର ପ୍ରତିଫଳନ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।
Powered by Froala Editor