ଜାମା ମସଜିଦରେ କଡ଼ା ସୁରକ୍ଷା ଭିତରେ ନମାଜ ପାଠ
ନୂଆଦିଲ୍ଲୀ : ଆଜି ସମଗ୍ର ଦେଶରେ ଇଦ୍-ଉଲ୍-ଫିତର ଅର୍ଥାତ୍ ଇଦ୍ ପାଳନ କରାଯାଉଛି। ଏହି ଅବସରରେ ମୁସଲମାନ ଭଉଣୀ ଓ ଭାଇମାନେ ସକାଳେ ଦିଲ୍ଲୀର ଜାମା ମସଜିଦରେ ଆଲ୍ଲାଙ୍କୁ ଶାନ୍ତି ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରିଥିଲେ। ଇଦ ପାଇଁ ଦିଲ୍ଲୀରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇଦର ଏହି ବିଶେଷ ଦିନରେ ଘରେ ଶିର-ଖୁର୍ମା ତିଆରି କରାଯାଏ। ମୁସଲମାନ ଭଉଣୀ ଏବଂ ଭାଇମାନେ ନୂଆ ପୋଷାକ ପିନ୍ଧି ପ୍ରାର୍ଥନା କରନ୍ତି। ଇଦ୍ ମୁସଲମାନମାନଙ୍କ ପାଇଁ ଏକ ଖୁସିର ପର୍ବ। ୩୦ ଦିନର ଉପବାସ ରହିବା ପରେ ଇଦ୍ ପର୍ବ ପାଳନ କରାଯାଏ।
ଇସଲାମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ ଇଦ୍ ଉଲ୍ ଫିତର । ସାରା ଦେଶରେ ହର୍ଷ ଉଲ୍ଲାସର ସହ ପାଳନ ହେଉଛି ଏହି ପର୍ବ । ମାସକର ରମଜାନ୍ ପାଳନ ପରେ ଇଦ୍ ପାଳୁଛନ୍ତି ଲକ୍ଷାଧିକ ମୁସଲିମ୍ ଭାଇ ଭଉଣୀ । ଇଦ୍ ପାଇଁ କଟକ ସହର ସଂପୂର୍ଣ୍ଣ ପ୍ରସ୍ତୁତ । ଦେଶର ବିଭିନ୍ନ ମସଜିଜ୍ ଗୁଡିକରେ ସମୁହ ନମାଜ ପାଠ ସହ ବ୍ୟାପକ ଆୟୋଜନ କରାଯାଇଛି । କଦମ-ଏ-ରସୁଲ ଠାରୁ ନେଇ ଇଦଗାହ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ପ୍ରସ୍ତୁତି ସରିଛି । ଗତକାଲି ଶେଷ ରୋଜା ପରେ ଆଜି ପାଳନ ହେଉଛି ଇଦ୍ । ଇଦ୍ ଉଲ୍ ଫିତର ପାଇଁ କଟକ ସହରରେ ସୁରକ୍ଷା ଦୃଷ୍ଟିରୁ ୪ଟି ଏଡ଼ ପୋଷ୍ଟ କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି । କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ୧୨ ପ୍ଲାଟୁନ ପୁଲିସ ଫୋର୍ସ ସହରରେ ମୃତୟନ ହୋଇଛନ୍ତି ।
Powered by Froala Editor