ଟ୍ରକ ଧକ୍କାରେ ବାଇକ୍ ଆରୋହୀ ମୃତ

କେସିଙ୍ଗା: କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ନିକଟରେ ଆଜି ଏକ ୧୬ ଚକିଆ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତୁ୍ୟ ଘଟିଛି । ସେ ହେଲେ ପିଣ୍ଟୁସାହା(୩୫) ।
ମିଳିଥିବା ସୂଚନା ମୁତାବକ, କେସିଙ୍ଗା ସହରର ୱାର୍ଡÿ ନମ୍ବର ୮ର ପିଣ୍ଟୁ ସାହା(୩୫), କରୁଣା ମାଝୀ(୨୨), ତୁଷାର ମାଝୀ(୨୫) ଏବଂ ସମୀର ରଣା(୧୪) କାନ୍ତେଶିର ଗ୍ରାମରେ ଟେଣ୍ଟ କାମ ସାରି ଘରକୁ ଫେରୁଥିଲେ । ସେତିକିବେଳେ ସୋଲାର ପ୍ଲେଟ ବୋଝେଇ ଏକ ୧୬ ଚକିଆ ଟ୍ରକ(କେ.ଏ.୦୧-ଏ-ଇ-୦୬୦୫) ବାଇକ୍କ ଧକ୍କା ଦେିଥିଲା। ଫଳରେ ଘଟଣାସ୍ଥଳରେ ପିଣ୍ଟୁଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛି । ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏ ନେଇ କେସିଙ୍ଗା ପୋଲିସ ଏକ ଦୁର୍ଘଟଣା ମାମଲା (ନଂ.୨୮୪/୨୨) ରୁଜୁକରି ଅଧିକ ତଦନ୍ତ ଜାରି ରଖିଛି ।
Powered by Froala Editor