କୃଷି ମନ୍ତ୍ରୀ ଅନୁକୂଳ କଲେ ଅକ୍ଷିମୁଠି
ଭୁବନେଶ୍ଵର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ କୃଷି ଦିବସ ପାଳିତ ହୋଇଛି। ଏହି ଅବସରରେ କୃଷି ମନ୍ତ୍ରୀ ଅରୁଣ ସାହୁ ଅକ୍ଷିମୁଠି ଅନୁକୂଳ ସହ ଭୂମିପୂଜନ କରିଛନ୍ତି। ବରମୁଣ୍ଡା ସ୍ଥିତ ରାଜ୍ୟସ୍ତରୀୟ କୃଷି ଯନ୍ତ୍ରପାତି ପରୀକ୍ଷା ଏବଂ ତାଲିମ କେନ୍ଦ୍ରରେ କୃଷି ଦିବସ ପାଳିତ ହୋଇଛି। ଏହି ସମୟରେ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏଠାରେ ପ୍ରଦର୍ଶନୀ ଷ୍ଟଲ୍ ଖୋଲାଯିବା ସହ ପାଖାପାଖି ୨୦୦ କୃଷକ କାର୍ୟ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି।
ବହୁ ପୁରାତନ କାଳରୁ ଅକ୍ଷୟ ତୃତୀୟା ପର୍ବ ପାଳିତ ହୋଇଆସୁଛି। ଏହି ଦିନ କୃଷକମାନେ ଅକ୍ଷିମୁଠି ଅନୁକୂଳ କରନ୍ତି । ତେଣୁ ଏହାକୁ କୃଷିଭିତ୍ତିକ ପର୍ବ ବା କୃଷକମାନଙ୍କ ପର୍ବ ବୋଲି କୁହାଯାଏ । କୃଷକ ନିଜ ବିଲରେ ଅକ୍ଷିମୁଠି ବିହନ ବୁଣି ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା ସହ ପ୍ରାର୍ଥନା କରି କହେ, ‘ହେ ଠାକୁରାଣୀ! ମୋ ଶସ୍ୟ କ୍ଷୟ ନହେଉ ।’
Powered by Froala Editor