ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ

ହାଇଦ୍ରାବାଦ: ଆଜି ଶ୍ରମିକଙ୍କ ପାଇଁ ଦିନଟିଏ । ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳୁଛି ଦେଶ ।ପ୍ରତିବର୍ଷ ମଇ ୧ ତାରିଖକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବରେ ପାଳନ କରାଯାଏ ।
ହିନ୍ଦୁସ୍ଥାନ ଲେବର କିଷାନ ପାର୍ଟି ପ୍ରଥମ ଥର ଏହି ଦିବସ ପାଳନ କରିଥିଲା । ପରେ ଭାରତରେ ୧୯୨୩ରେ ଏହି ଦିବସ ପାଳନ ହୋଇଥିଲା । ଶ୍ରମିକ ଦିବସ ଦିନ ସରକାର ସମସ୍ତଙ୍କୁ ଜାତୀୟ ଛୁଟି ପ୍ରଦାନ ପାଇଁ ଏକ ପ୍ରସ୍ତାବ ପାରିତ ହେଲା । ତା ପରଠୁ ପ୍ରତିବର୍ଷ ଶ୍ରମିକ ଦିବସ ପାଳିତ ହେଉଛି । ୧୯୨୩ ମସିହାରେ ମାଡ୍ରାସରେ ପ୍ରଥମ ଥର ଶ୍ରମିକ ଦିବସ ପାଳନ କରାଯାଇଥିଲା । ଶ୍ରମିକ ଦିବସରେ ଛୁଟି ଘୋଷଣା ହେଲା । ହେଲେ ପ୍ରକୃତ ଶ୍ରମିକ ପାଦ କେବେ ଅଟକେ ନାହିଁ । କାହିଁକି ନା ଗୋଟିଏ ଦିନ କାମ ବନ୍ଦ ହେଲେ ତା ଘରେ ପାଞ୍ଚପ୍ରାଣୀ ଉପାସ ରହିଯିବେ ।
ସମାଜର ପ୍ରତି କର୍ମଚାରୀଙ୍କ ଅବଦାନ ଓ ସମର୍ପଣ ଭାବକୁ ଏହି ଦିବସ ସମ୍ମାନ ପ୍ରଦାନ କରେ ।ଆଜିର ଦିନରେ ଶ୍ରମିକକୁ ତାର ହକ ମିଳିଲେ ହିଁ ତା ପାଇଁ ଏହା ପ୍ରକୃତ ସମ୍ମାନ ହେବ । ବାସ୍ତବରେ ଏ ଦିନଟିର ଯଥାର୍ଥତା ହୋଇପାରିବ ।
Powered by Froala Editor