ଫ୍ରିଜରେ ଜିନିଷ ରଖନ୍ତୁ ଏମିତି
ଖରାର ପ୍ରଭାବ ଏତେ ମାତ୍ରାରେ ବଢ଼ିଯାଇଛି ଯେ, ସାଧାରଣ ଲୋକଙ୍କୁ ଡ଼ହଳବିକଳ ହେବାକୁ ପଡ଼ୁଛି । ଲୋକେ ୧୧ଟାରୁ ଝରୁ ବାହାରିବା କାଠିକର ପାଠ ହୋଇପଡ଼ିଛି । ଏହି ସମୟରେ ଥଣ୍ଡା ପାଣି, ଘୋଳଦହି, କୋଲ୍ଡଡ଼୍ରିଙ୍କସ, ଆଇସକ୍ରିମ ଭଳି ଥଣ୍ଡା ଥଣ୍ଡା ପଦାର୍ଥ ଖାଇବା ତଥା ପିଇବା ପାଇଁ ବହୁତ ଇଚ୍ଛା ହୋଇଥାଏ । ଏହି ସମୟରେ ଆମେ ନିଜ ପ୍ରିଜରେ ଜିନିଷକୁ କୋଲ୍ଡ କରି ରଖିବା ନିତ୍ୟାନ୍ତ ଆବଶ୍ୟକ । ତେବେ ଏହା ମଧ୍ୟ ଜାଣିରଖିବା ଉଚ୍ଚିତ କେଉଁ ଯାଗାରେ କେଉଁ ଜିନିଷ ଠିକ୍ ଭାବରେ ଫ୍ରିଜରେ ରଖିବା ଭଲ । ଫ୍ରିଜ୍ରେ କେଉଁଠି କେଉଁ ଜିନିଷ ରଖିଲେ ତାହା ଖରାପ ହୁଏ ନାହିଁ ଏକଥା ଜାଣିରଖିବା ନିହାତି ଜରୁରୀ। ନଚେତ୍ ଫ୍ରିଜ୍ରେ ଥାଇ ବି ଅନେକ ଜିନିଷ ନଷ୍ଟ ହୋଇଥାଏ। ତେଣୁ ଏ ସମ୍ପର୍କରେ ଜାଣିରଖନ୍ତୁ କିଛି କଥା…
ପ୍ୟାକେଟ୍ କିମ୍ବା ଡବା କ୍ଷୀରକୁ ସବୁବେଳେ ଫ୍ରିଜ୍ର ଥାକରେ ହିଁ ରଖନ୍ତୁ। କେତେଜଣ କ୍ଷୀରକୁ ଫ୍ରିଜ୍ର ଡୋର୍ରେ ଥିବା ଥାକରେ ହିଁ ରଖିଦିଅନ୍ତି। କିନ୍ତୁ ଏପରି କରିବା ଦ୍ୱାରା କ୍ଷୀର ବେଶି ସମୟ ଫ୍ରେଶ୍ ରହି ନ ଥାଏ। କାରଣ ଫ୍ରିଜ୍ର ଡୋରରେ ଥିବା ଥାକଗୁଡ଼ିକ ଅନ୍ୟ ସ୍ଥାନ ତୁଳନାରେ କମ୍ ଥଣ୍ଡା ରହିଥାଏ। ତେଣୁ କ୍ଷୀର ଅଧିକ ସମୟ ଭଲ ରହି ନ ଥାଏ।
ଫ୍ରିଜ୍ରେ ସସ୍ ବୋତଲକୁ ଡୋର୍ ଥାକରେ ରଖିଲେ କୌଣସି ଅସୁବିଧା ହୋଇ ନ ଥାଏ। କାରଣ ସସ୍ ବୋତଲର ଲାଇଫ୍ ଅଧିକ ରହିଥାଏ। ତେଣୁ ଏଠାରେ ରହିଲେ ଖରାପ ହୋଇ ନ ଥାଏ।
ସବୁଠୁ ବଡ଼ କଥା ହେଉଛି ଫ୍ରିଜ୍ରେ ବହୁ ଅଧିକ ଜିନିଷ ଏକ ସମୟରେ ରଖନ୍ତୁ ନାହିଁ। ଏପରି କଲେ ଫ୍ରିଜ୍ ଭିତରେ ଥଣ୍ଡା ପବନ ଚଳାଚଳ ଭଲଭାବେ ହୋଇପାରିବ ନାହିଁ।
Powered by Froala Editor