ପକ୍ଷୀ ନୁହେଁ ଏବେ ମଣିଷ ଦେହକୁ ସଂକ୍ରମିତ କଲାଣି ବାର୍ଡ ଫ୍ଲୁ

କରୋନା ପରେ ଏବେ ପକ୍ଷୀମାନଙ୍କୁ ହେଉଥିବା ବାର୍ଡ-ଫ୍ଲୁ ମଣିଷଙ୍କୁ ମଧ୍ୟ ସଂକ୍ରମିତ କଲାଣି। ବାର୍ଡ-ଫ୍ଲୁରେ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଆମେରିକାର କୋଲେରାଡୋରେ ଜଣେ ବ୍ୟକ୍ତିଙ୍କ ଦେହରେ ଏଚ୍-୫ ଭାଇରସ ଚିହ୍ନଟ ହୋଇଛି। ଏନେଇ ଆମେରିକା ରୋଗ ନିୟନ୍ତ୍ରଣ ଓ ସୁରକ୍ଷା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ବ୍ୟକ୍ତି ଜଣଙ୍କ ସଂକ୍ରମିତ କୁକୁଡ଼ାଙ୍କ ସମ୍ପର୍କରେ ଆସିଥିଲେ। ଏହାପରେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଉକ୍ତ ବ୍ୟକ୍ତି ଜଣକ ପ୍ରଥମେ ଅଧିକ ଥାକାପଣ ଅନୁଭବ କରିଥିଲେ। ଏହାପରେ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ସେଠାରେ ତାଙ୍କର ନମୂନା ପରୀକ୍ଷା କରାଯାଇଥିଲା। ଏପ୍ରିଲ ୨୭ ତାରିଖରେ ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିଲା। ଏହି ସଂକ୍ରମିତ ବ୍ୟକ୍ତିଙ୍କୁ ଆବଶ୍ୟକତା ଅନୁସାରେ ଔଷଧ ଦିଆଯାଉଛି। ଉକ୍ତ ବ୍ୟକ୍ତିଙ୍କୁ ଅବଜରଭେସନରେ ରଖାଯାଇଛି। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ବ୍ୟକ୍ତି ଜଣକ ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ଆସିଥିଲେ। କାରଣ ସେ ଫାର୍ମରେ କାମ କରନ୍ତି।
ରିପୋର୍ଟ ଅନୁସାରେ, ଦୁନିଆରେ ଏହିପରି ପ୍ରଥମ ମାମଲା ଚୀନରୁ ଚିହ୍ନଟ ହୋଇଥିଲା। ଏଠାରେ ଏକ ୪ ବର୍ଷର ଶିଶୁ ବାର୍ଡ ଫ୍ଲୁର ଏଚ୩ଏନ୮ ଷ୍ଟ୍ରେନରେ ସଂକ୍ରମିତ ହୋଇଥିଲା ଏବଂ ଏହା ପ୍ରଥମ ମାନବ ସଂକ୍ରମଣ ଥିଲା। ଏହି ଶିଶୁଟି ମଧ୍ୟ ସଂକ୍ରମିତ କୁକୁଡାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲା। ତେବେ ଏଚ ୫ ବାର୍ଡ ଫ୍ଲୁର ପ୍ରଥମ ମାମଲା ବ୍ରିଟେନର ଜଣେ ନାଗରିକଠାରେ ଚିହ୍ନଟ ହୋଇଥିଲା।
Powered by Froala Editor