ପୁଅର ଜାମିନ ପାଇଁ ଆସିଥିଲେ ମହିଳା, ମସାଜ କରିବାକୁ କହିଲେ ଥାନା ବାବୁ
ଜେଲ୍ ଯାଇଥିବା ପୁଅର ଜାମିନ ପାଇଁ ଜଣେ ବିହାରୀ ମହିଳା ଥାନାରେ ଜଣେ ପୁଲିସ କର୍ମଚାରୀଙ୍କୁ ‘ମାସାଜ୍’ କରୁଥିବାର ଭିଡିଓ ଭାଇରାଲ୍ ହୋଇଛି। ବିହାରର ସହରସା ଜିଲ୍ଲାରୁ ଆସିଛି ଏଭଳି ଚିତ୍ର। ଏଠାକାର ନବହଟ୍ଟା ବ୍ଲକ ଅନ୍ତର୍ଗତ ଥାନାର ଜଣେ ପୁଲିସ ବାବୁ ପୁଅ ଜାମିନ ଆବେଦନ ପାଇଁ ଆସିଥିବା ଜଣେ ମହିଳାଙ୍କ ଠାରୁ ତେଲ ମାସିଲ ଖାଉଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ପୁଲିସ ବାବୁ ହେଉଛନ୍ତି ଶଶିଭୂଷଣ ସିଂହ। ସେ ଫୋନ୍ରେ କଥା ହେଉଥିବା ବେଳେ ମହିଳା ଜଣଙ୍କ ତାଙ୍କୁ ତେଲ ମାସିଲ କରୁଛନ୍ତି। ସେହିପରି ଆଉ ଜଣେ ମହିଳା ଗେରୁଆ ରଙ୍ଗର ଶାଢ଼ୀ ପିନ୍ଧି ଟେବୁଲ ଉପରେ ବସିଥିବା ଭିଡିଓରେ ଦେଖିବାକୁ ମିଳିଛି।
ଅଭିଯୋଗ ହୋଇଛି ଯେ, ମହିଳାଙ୍କ ଅସହାୟତାର ଫାଇଦା ଉଠାଇ ଦାରହର ଓପି ପୁଲିସ୍ ଷ୍ଟେସନ ଶଶି ଭୂଷଣ ସିଂହ ଖାଲି ଦେହରେ ମସାଜ କରିବାକୁ ମହିଳା ଜଣଙ୍କୁ ବାଧ୍ୟ କରିଥିଲେ। ଉକ୍ତ ପୁଲିସ ଅଫିସରଙ୍କ ବାର୍ତ୍ତାଳାପରୁ ଜଣାପଡିଛି ଯେ ଉକ୍ତ ମହିଳା ଜଣକ ନିଜ ପୁଅର ଜାମିନ ଆବେଦନ ପାଇଁ ପୁଲିସକୁ ସାହାଯ୍ୟ ମାଗିବାକୁ ଆସିଥିଲେ। ଥାନାବାବୁ ତାଙ୍କ କାମ କରାଇବା ବଦଳରେ ତାଙ୍କଠାରୁ ଏହି ସେବା ନେଇଥିବା ଅଭିଯୋଗ ହୋଇଛି।
ପୁଅ ଜେଲ୍ରୁ ବାହାରିବ ବୋଲି ମଧ୍ୟ ସେ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଆହୁରି ମଧ୍ୟ କୁହାଯାଉଛି, ମହିଳାଜଣକ ଘଷାମୋଡ଼ା କରୁଥିବା ବେଳେ ଶଶୀଭୂଷଣ ସିହ୍ନା ଜଣେ ଓକିଲଙ୍କୁ ଫୋନ୍ କରି ସେ ମହିଳାଙ୍କୁ ପୁଅକୁ ଜାମିନରେ ଜେଲ୍ ମୁକୁଳାଇବା ପାଇଁ କହିଥିଲେ। ଭିଡିଓ ଭାଇରାଲ୍ ହେବା ପରେ ସହରସା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଲିପି ସିଂହ ତୁରନ୍ତ ଶଶୀଭୂଷଣ ସିହ୍ନାଙ୍କୁ ନିଲମ୍ବିତ କରିଥିଲେ।
Powered by Froala Editor