ପିଅନ୍ତୁ ଏହି ଚା’, ରହିବେ ଫିଟ୍
କର୍ମବ୍ୟସ୍ତତା ଜୀବନରେ ସଭିଏଁ ନିଜ ସ୍ୱାସ୍ଥ୍ୟ ପ୍ରତି ସଠିକ ଭାବେ ଧ୍ୟାନ ଦେଇପାରୁନାହାନ୍ତି । ଏପରି ମଧ୍ୟ ବହୁଲୋକେ ଅଛନ୍ତି ଯେଉଁମାନଙ୍କୁ କଫି ଅପେକ୍ଷା ଚା’ ପିଇବା ଅତ୍ୟନ୍ତ ପସନ୍ଦ । ମାତ୍ର ଏପରି କେତେକ ଦ୍ରବ୍ୟ ରହିଛି ଯାହାକୁ ଚା’ରେ ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଜାଣନ୍ତୁ ଏ ବିଷୟରେ..
ମହୁ ଓ ଚା’ –
ଚା’ରେ ମହୁ ମିଶାଇ ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ । ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଏହାସହ ଥଣ୍ଡାଜନିତ ସମସ୍ୟାକୁ ଦୂର କରିଥାଏ ।
ଡାଲଚିନି ଓ ଚା’ –
ଚା’ରେ ଡାଲଚିନି ମିଶାଇ ପିଇବା ଦ୍ୱାରା ଓଜନ ନିୟନ୍ତ୍ରିତ ହୋଇଥାଏ । ଶରୀରକୁ ଆରାମ ପ୍ରଦାନ କରିବା ସହ ହଜମ କ୍ରିୟାକୁ ସୁସ୍ଥ ରଖିଥାଏ ।
ଅଦା ଓ ଚା’ –
କ୍ଷୀର ଚା’ ବ୍ୟତୀତ ନାଲି ଚା’ରେ ଅଦା ମିଶାଇ ପିଇଲେ ପେଟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ । ଖାଦ୍ୟ ହଜମ ହେବାରେ ସାହାଯ୍ୟ କରିଥାଏ । ବିଭିନ୍ନ ପ୍ରକାର ରୋଗକୁ ମଧ୍ୟ ଶରୀର ଠାରୁ ଦୂରେଇ ରଖେ ।
ଲେମ୍ବୁ ଚା’ –
ଏହି ଚା’ ପିଇବା ଦ୍ୱାରା ଥକ୍କାପଣ ଓ ଚିନ୍ତା ଦୂର ହୋଇ ଆରାମ ଅନୁଭବ ହୋଇଥାଏ ।
Powered by Froala Editor