ସୁନା ପେନସିଲରେ ଲେଖନ୍ତି ଦୁବାଇ ଶେଖ
ଭାରତରେ ପିଲାମାନେ ଲେଖିବାକୁ ପେନସିଲ୍ ପାଉନଥିବା ବେଳେ ଦୁବାଇରେ ଶେଝମାନେ ବ୍ୟବହାର କରୁଛନ୍ତି ସୁନାର ପେନସିଲ୍ । ଦୁବାଇ ଶେଖମାନେ ନିଜନିଜ ଭିତରେ ସବୁବେଳେ ପ୍ରତିନ୍ଦ୍ୱତିତା କରିଥାନ୍ତି । ଏହା ପଛର ମୁଖ୍ୟ କାରଣ ହେଲା, ସେମାନେ ନିଜନିଜର ପ୍ରତିପତ୍ତି ଦେଖାଇବାକୁ ଚାହିଁଥାନ୍ତି । କାହା ପାଖରେ ଦାମୀ ବିଳାସମୟ କାର ପାଞ୍ଚ ସାତୋଟି ଥାଏ ତ କେହି କେହି ଘରେ ବାଘ, ସିଂହ ପାଳୁଥିବାର ଲକ୍ଷ୍ୟ କରାଯାଏ । ଟଙ୍କାକୁ ପାଣି ଭଳି ଖର୍ଚ୍ଚ କରିଥାନ୍ତି ଦୁବାଇର ଶେଖ୍ମାନେ । ଏଇ ଯେମିତି, ଦୁବାଇ ଶେଖମାନେ ବ୍ୟବସାୟରେ ଲାଭବାନ୍ ହେଲେ କର୍ମଚାରୀଙ୍କୁ ସୁନା କଲମ, ପେନ୍ସିଲ୍ ଭେଟି ଦିଅନ୍ତି । ଏପରିକି ସେଠିକାର ଧନୀ ବ୍ୟକ୍ତି ନିଜ ପିଲା ଜନ୍ମଦିନରେ ଆସୁଥିବା ଅତିଥିଙ୍କୁ ମଧ୍ୟ ଫେରସ୍ତ ଉପହାର ଭାବେ ସୁନାର ପେନସିଲ୍ ଦିଅନ୍ତି । ଗୋଟିଏ ଗୋଟିଏ ସୁନା ପେନ୍ସିଲ୍ର ଓଜନ ୧୮ ଗ୍ରାମ୍ରୁ ୩୦ଗ୍ରାମ୍ ମଧ୍ୟରେ ରହେ । ତେବେ ଦୁବାଇର ସବୁଠୁ ବଡ଼ ସୁନା ଦୋକାନୀଙ୍କ କହିବାନୁସାରେ, ଅଧିକାଂଶ ୨୮ ଗ୍ରାମ୍ର ପେନସିଲ୍ ବରାଦ ଦେଇ ନିଅନ୍ତି । ଗଲା ବର୍ଷ ଜଣେ ଦୁବାଇ ଶେଖ୍ ୫୫ଟି ସୁନାର ପେନସିଲ୍ ନେଇଥିବାର ସୂଚନା ମିଳିଥିବା ବେଳେ ଦିନକୁ ଦିନ ଦୁବାଇରେ ଏହାର ଚାହିଦା ବଢ଼ିବାରେ ଲାଗିଛି ।
Powered by Froala Editor