ଲଖିମପୁର ଖେରୀ ହତ୍ୟାକାଣ୍ଡ : ଆତ୍ମସମର୍ପଣ କଲେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ତଥା ଲଖିମପୁର ଖେରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର କୋର୍ଟରେ ଆତ୍ମସମର୍ପଣ କରିଛି। ଆଶିଷ ମିଶ୍ରା ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ । ଆଶିଷଙ୍କୁ ଜାମିନ ପ୍ରଦାନ କରିଥିଲେ ଆଲାହାବାଦ ହାଇକୋର୍ଟ । ପରେ ଜାମିନ ଖାରଜ କରି ସରେଣ୍ଡର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।ଏହାପରେ ଅଭିଯୁକ୍ତ ଆଶିଷ ମିଶ୍ର ମାଜିଷ୍ଟ୍ରେଟଙ୍କ ଆଗରେ ଆତ୍ମସମର୍ପଣ କରିଛି।
ସୋମବାର ସୁପ୍ରିମ କୋର୍ଟ ଦେଇଥିବା ଡେଡ୍ ଲାଇନର ଶେଷ ତାରିଖ ଥିଲା। ଏହାର ଠିକ୍ ପୂର୍ବରୁ ରବିବାର ଆଶିଷ ମିଶ୍ର କୋର୍ଟରେ ଆତ୍ମସମର୍ପଣ କରିଛି। ଏହାପରେ ଅଭିଯୁକ୍ତକୁ ପୁଣି ଥରେ ଜେଲ ପଠାଯାଇଛି। ତେବେ ଆଶିଷ ମିଶ୍ର ଏପ୍ରିଲ ୨୫ ତାରିଖରେ କୋର୍ଟରେ ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା ହୋଇଥିଲା।
ଲଖିମପୁର ଖେରୀ ଚାଷୀ ହତ୍ୟାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ଏହି ମାମଲାକୁ ତଦନ୍ତ କରି ତଦନ୍ତକାରୀ ଦଳ ୫ ହଜାର ପୃଷ୍ଠାର ଚାର୍ଜସିଟି ପ୍ରସ୍ତୁତ କରିଥିଲା । ଏହି ମାମଲାକୁ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପୁଅକୁ ବିଜେପି ଘଣ୍ଟ ଘୋଡାଉଥିବା ମଧ୍ୟ ଅଭିଯୋଗ ହୋଇଥିଲା ।
Powered by Froala Editor