ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୩ ଆତଙ୍କବାଦୀ ମୃତ
ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି। ଏଥିରେ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଦକ୍ଷିଣ କାଶ୍ମୀରିର କୁଲଗାମ ଜିଲ୍ଲାରେ ଏହି ଘଟଣା ଘଟିଛି। ଶନିବାର ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦକ୍ଷିଣ କାଶ୍ମିରିର ମାରାହାମ ଏରିଆରେ ଏହି ଗୁଳି ବିନିମୟ ହୋଇଥିଲା । ପୁଲିସର ଦୁଇଟି ଟିମ ଏବଂ ସେନା ପକ୍ଷରୁ ମିଳିତ ଭାବେ ଏନକାଉଣ୍ଟର କରାଯାଇଥିଲା ।
ତେବେ ଏହାପୂର୍ବରୁ ଦକ୍ଷିଣ କାଶ୍ମୀର୍ର କୁଲଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ସୁରକ୍ଷାକର୍ମମାନେ ଜୈସ-ଏ-ମହମ୍ମଦର ଦୁଇଜଣ ଆତଙ୍କବାଦୀଙ୍କୁ ମାରିଦେଇଥିଲ। ଗତ ୩ ଦିନ ମଧ୍ୟରେ ଘାଟିରେ ହୋଇଥିବା ବିଭିନ୍ନ ସଂଘର୍ଷରେ ମୋଟ ୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସଂଘର୍ଷ ହୋଇଥିବା ସ୍ଥାନରୁ ୨ଟି ଏକେ-୪୭ ରାଇଫଲ, ୭ଟି ମେଗାଜିନ ବୋମା ଓ ୯ଟି ଗ୍ରେନେଡ ଜବତ କରାଯାଇଛି।
Powered by Froala Editor