ପାମ୍ ଅଏଲ୍ରେ ଇଣ୍ଡୋନେସିଆର ପ୍ରତିବନ୍ଧକ, ଭାରତ ପାଇଁ ଚିନ୍ତାଜନକ

ପାମ୍ ଅଏଲ ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ଶୀର୍ଷରେ ରହିଛି ଇଣ୍ଡୋନେସିଆ । କିନ୍ତୁ ଇଣ୍ଡୋନେସିଆ ତୈଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି । ପାମ୍ ଅଏଲର ଘରୋଇ ମୂଲ୍ୟକୁ ଦୃଷ୍ଟିରେ ରଖି ଇଣ୍ଡୋନେସିଆ ସରକାର ୨୮ ଏପ୍ରିଲରୁ ପାମ୍ ଅଏଲ ରପ୍ତାନି ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଣୁ ଭାରତରେ ପୁଣି ଖାଇବା ତେଲ ମୂଲ୍ୟ ମହଙ୍ଗା ହେବ ବୋଲି ଆକଳନ କରାଯାଉଛି।
ୟୁକ୍ରେନ ଓ ଋଷିଆ ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲର ବଡ଼ ଉତ୍ପାଦକ। ବିଶ୍ୱ ବଜାରକୁ ଦୁଇ ଦେଶଙ୍କ ତୈଳ ଯୋଗଦାନ ପ୍ରାୟ ୮୦ ପ୍ରତିଶତ। ତେବେ ଗତ ଫେବୃଆରୀ ୨୪ ତାରିଖରେ ଯୁକ୍ରେନ ଉପରେ ଋଷିଆର ଆକ୍ରମଣ ଘୋଷଣା ବିଶ୍ୱ ବଜାରକୁ ପ୍ରଭାବିତ କରିଛି। ଏଥିରେ ସାରା ଦୁନିଆର ତୈଳ ଲାଗି ଇଣ୍ଡୋନେସିଆ ଉପରେ ନିର୍ଭର କରିବା ସ୍ଥାନୀୟ ବଜାରରକୁ ଅସନ୍ତୁଳିତ କରିଛି। ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲର ପାମୋଲିନ ବିକଳ୍ପ ପାଲଟିବା ଇଣ୍ଡୋନେସିଆରେ ଏବେ ଖାଦ୍ୟ ତୈଳ ସଂକଟ ଦେଖା ଦେଇଛି।
ଅତ୍ୟାଧିକ ଚାହିଦା ଯୋଗୁ ଇଣ୍ଡୋନେସିଆରେ ପାମୋଲିନ ଏବେ ସୁନା ଦରରେ ବିକ୍ରି ହେଉଛି। ଇଣ୍ଡୋନେସିଆରେ ପାମ ଅଏଲର ଏପରି ମୂଲ୍ୟ ବୃଦ୍ଧିର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉଛି। ଏଥିରେ ମୂଲ୍ୟବୃଦ୍ଧିର ସିଧା ପ୍ରଭାବ ଏବେ ଭାରତ ଉପରେ ପଡିଛି।
ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ କହିଛନ୍ତି ଯେ ପାମ୍ ଅଏଲ ରପ୍ତାନି ନୀତି ଉପରେ ନିଷେଧାଦେଶର ମୂଳ ଉଦ୍ଦେଶ୍ୟ ହେଉଛି ଘରେ ଖାଦ୍ୟ ପଦାର୍ଥର ଉପଲବ୍ଧତା ନିଶ୍ଚିତ କରିବା। ମୁଁ ଏହି ନୀତିର କାର୍ଯ୍ୟକାରିତା ଉପରେ ନଜର ରଖିବି ଏବଂ ମୂଲ୍ୟାଙ୍କନ କରିବି ଯାହା ଦ୍ୱରା ଘରୋଇ ବଜାରରେ ପାମ୍ ତେଲର ଉପଲବ୍ଧତା ହେବା ସହିତ ଏହା ସୁଲଭ ହୋଇପାରିବ।
Powered by Froala Editor