ଗୃହ ନିର୍ମାଣ ପାଇଁ କେତେକ ନିୟମ ଜାଣନ୍ତୁ
ଗୃହ ନିର୍ମାଣ ପାଇଁ ଆମ ଶାସ୍ତ୍ରରେ କେତେକ ନିୟମ ରହିଛି । କେଉଁ ସମୟରେ ଗୃହ ନିର୍ମାଣ କଲେ ଶୁଭ, କେଉଁ ସମୟରେ ଗୃହ ନିର୍ମାଣ କଲେ ଅଶୁଭ ହୋଇଥାଏ, ସେନେଇ ଶାସ୍ତ୍ରରେ କେତେକ ଦିଗଦର୍ଶନ ଦିଆଯାଇଛି । ସାଧାରଣତଃ ଗୃହ ନିର୍ମାଣ କଲେ ବାସ୍ତୁଶାସ୍ତ୍ରକୁ ଅସୁରଣ କରାଯାଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ,ଶୁକ୍ଳ ପକ୍ଷରେ, ଶୁଦ୍ଧକାଳରେ ଯୁତ ଯାମିତ୍ର ବେଧ ରହିତ କାଳରେ, ତିନି ଉତରା, ରୋହିଣୀ, ଅନୁରାଧା, ହସ୍ତା, ଚିତ୍ରା, ସ୍ୱାତୀ, ଅଶ୍ୱିନୀ, ରେବତୀ, ମୃଗଶିରା ନକ୍ଷତ୍ରରେ ଓ ମେଷ , ମିଥୁନ, କର୍କଟ, ବିଛା ,କୁମ୍ଭ ମାସର , ବୁଧ-ଗୁରୁ -ଶୁକ୍ର ବାର ରେ ଗୃହାରମ୍ଭ କରିବା ପାଇଁ ପ୍ରଶସ୍ତ ସମୟ ଅଟେ । ଶରଣ ପଞ୍ଚକ ନକ୍ଷତ୍ର ବର୍ଜନୀୟ । ବୃଷ, ସିଂହ, କୁମ୍ଭ ଲଗ୍ନରେ ଭୂମିପୂଜା କରଣୀୟ ।
ବାରମାସର ଗୃହାରମ୍ଭ ଫଳ -
ମେଷ ମାସରେ ଗୃହାରମ୍ଭ କଲେ - ଧନ ସମ୍ପଦ ବୃଦ୍ଧି ହୁଏ
ବୃଷ ମାସରେ ଗୃହାରମ୍ଭ କଲେ - କର୍ତ୍ତାର ଅକାଳ ମୃତ୍ୟୁ ହୁଏ
ମିଥୁନ ମାସରେ ଗୃହାରମ୍ଭ କଲେ - କର୍ତ୍ତାର ଧନ ସଂପଦ ବୃଦ୍ଧି ହୁଏ
କର୍କଟ ମାସରେ ଗୃହାରମ୍ଭ କଲେ - କର୍ତ୍ତାର ଭୂସଂପଦ ବୃଦ୍ଧି ହୁଏ
ସିଂହ ମାସରେ ଗୃହାରମ୍ଭ କଲେ - କର୍ତ୍ତାର ବହୁ କ୍ଷତି ସାଧନ ହୁଏ
କନ୍ୟା ମାସରେ ଗୃହାରମ୍ଭ କଲେ - କର୍ତ୍ତାର ପତ୍ନୀ ବିୟୋଗ ହୋଇଥାଏ
ତୁଳା ମାସରେ ଗୃହାରମ୍ଭ କଲେ - କର୍ତ୍ତାର ବହୁ ପତ୍ନୀ ହୁଏ
ବିଛା ମାସରେ ଗୃହାରମ୍ଭ କଲେ - କର୍ତ୍ତାର ଧନ ସଂପଦ ବୃଦ୍ଧି ହୁଏ
ଧନୁ ମାସରେ ଗୃହାରମ୍ଭ କଲେ - ଚୋର ଭୟ ହୁଏ
ମକର ମାସରେ ଗୃହାରମ୍ଭ କଲେ - କର୍ତ୍ତାର ରୋଗ ଓ ଚୋର ଭୟ ବୃଦ୍ଧି ହୁଏ
କୁମ୍ଭ ମାସରେ ଗୃହାରମ୍ଭ କଲେ - ଧନ ଓ ସୁନା ବୃଦ୍ଧି ହୁଏ
ମୀନ ମାସରେ ଗୃହାରମ୍ଭ କଲେ - କର୍ତ୍ତାର ଆକସ୍ମିକ ଭୟଜାତ ହୁଏ
କୃଷ୍ଣପକ୍ଷରେ ଗୃହାରମ୍ଭ କଲେ - ଚୋରଭୟ ହୁଏ
ବିଷନକ୍ଷତ୍ରରେ ଗୃହାରମ୍ଭ କଲେ - ପରିବେଶ ବିଷାକ୍ତ ହୁଏ
Powered by Froala Editor