ଫଟୋ ସେୟାର କଲେ ଲଭ୍ ବାର୍ଡ

ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ଷ୍ଟାର୍ ରଣବୀର କପୁର ଓ ଆଲିଆ ଭଟ୍ଟ। ଏବେ ତାଙ୍କର ବିବାହ ଫଟୋକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଆଲିଆ ବିବାହ ପରେ ନିଜେ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ଫଟୋ ସେୟାର କରିଥିଲେ । ପରେ ଧିରେ ଧିରେ ସେଲିବ୍ରିଟି ମାନଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା ।
ଇନଷ୍ଟାଗ୍ରାମରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଆଲିଆ ଏବଂ ରଣବୀର ଦୁହେଁ ବହୁତ ରୋମାଣ୍ଟିକ୍ ଦେଖାଯାଉଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫଟୋ ଧିରେ ଧିରେ ଭାଇରାଲ୍ ହେବାରେ ଲାଗିଛି ।
ତେବେ ଆପଣ ଏକଥା ଜାଣିଛନ୍ତି କି ବିବାହକୁ ଆସିଥିବା ଅତିଥିମାନଙ୍କୁ ବିବାହରେ କ’ଣ ଉପହାର ମିଳିଛି? ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ମୁତାବକ, ବିବାହ ଦିନ ହିଁ ରଣବୀର ଓ ଆଲିଆଙ୍କର ନିର୍ବଦ୍ଧ ହୋଇଛି। ଏହି ନିର୍ବଦ୍ଧ ସମୟରେ ରଣବୀରଙ୍କୁ ଏକ ରିଷ୍ଟ୍ ବ୍ୟାଣ୍ଡ୍ ଓ ଆଲିଆଙ୍କୁ ଏକ ମୁଦି ମିଳିଛି। ରଣବୀର କପୁରଙ୍କ ଶାଶୁ ତାଙ୍କୁ ଏକ ମହଙ୍ଗା ଘଡ଼ି ଉପହାର ଦେଇଛନ୍ତି। ରଣବୀରଙ୍କୁ ମିଳିଥିବା ଏହି ଘଡ଼ିର ଦାମ ପ୍ରାୟ ୨.୫୦ କୋଟି ହେବ।
Powered by Froala Editor