ଜୀଅନ୍ତା ଜଳିଗଲେ ୩୮ ଗାଈ
ଗାଜିଆବାଦ: ଉତ୍ତର ପ୍ରଦେଶ ଗାଜିଆବାଦ ଜିଲାରେ ଏକ ବଡ ଦୁର୍ଘଟଣା ଘଟିଛି । ଏକାବେଳେ ୩୮ ଗାଈ ଜୀବନ୍ତ ଦଗ୍ଧ । ଅଳିଆ ଗଦାରେ ଲାଗିଥିବା ନିଆଁ ଗୋଶାଳା ପର୍ଯ୍ୟନ୍ତ ବ୍ୟାପିଯିବାରୁ ଏହି ଦୁର୍ଘଟଣା ଘଟିଛି । ଗୋଶାଳାରେ ଥିବା ୩୮ ଗାଈଙ୍କର ନିଆଁରେ ପୋଡି ହୋଇ ମୃତୁ୍ୟ ହୋଇଛି ।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇନ୍ଦିରାପୁର ଥାନା ଅଂଳର କନାବନୀ ଗାଁରେ ଥିବା ଗୋଶାଳାରେ ରବିବାର-ସୋମବାର ରାତି ପ୍ରାୟ ସାଢେ ଗୋଟାଏରେ ନିଆଁ ଲାଗିଥିବା ଖବର ମିଳିଥିଲା । ଶ୍ରୀକୃଷ୍ଣ ଗୋଶାଳାର ସଂଚାଳକ ସୁରଜ ପଣ୍ଡିତ କହିଛନ୍ତି ନିଆଁ ଲାଗିବା ସମୟରେ ଗୋଶାଳାରେ ପାଖାପାଖି ୧୫୦ ଗାଈ ଥିଲେ । ସେଥିମଧ୍ୟରୁ ୩୮ଟି ଗାଈଙ୍କର ମୃତୁ୍ୟ ହୋଇଛି । ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗି ଏହା ଗୋଶାଳାକୁ ବ୍ୟାପି ଯାଇଥିବା କୁହାଯାଇଛି ।
Powered by Froala Editor