ଚ୍ୟାଲେଞ୍ଜ ପାଇଁ ମ୍ୟାଚ ବେଳେ ଟପଲେସ ହେଲେ ଯୁବତୀ
ମେଲବୋର୍ଣ୍ଣ : ରଗବୀ ମ୍ୟାଚ ବେଳେ ଅଷ୍ଟ୍ରେଲିଆରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ମ୍ୟାଚ ଚାଲିଥିବାବେଳେ ହଠାତ ଜଣେ ଫ୍ୟାନ ଟପଲେସ ହୋଇ ପଡ଼ିଆ ଭିତରକୁ ପଶି ଆସିଥିଲେ । ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରିବା ପାଇଁ ନାକେଦମ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ମ୍ୟାଚ ବି କିଛି ସମୟ ପାଇଁ ବନ୍ଦ ରହିଥିଲା ।
ଘଟଣାଟି ଏହିପରି । ଷ୍ଟାଡ଼ିୟମରେ ଗୋଲ୍ଡ କୋଷ୍ଟ ଟାଇଟନ ଓ ପାରାମାଟା ଏଲେସ ମଧ୍ୟରେ ରଗବୀ ମ୍ୟାଚ ଚାଲିଥଲା । ସେହି ସମୟରେ ଜଣେ ଯୁବତୀ ଟପଲେସ ହୋଇ ପଡ଼ିଆକୁ ପଶିଯାଇଥିଲେ । ଯାହାକୁ ଦେଖି ସମସ୍ତେ କିଛି ସମୟ ପାଇଁ ହଇରାଣ ହୋଇଯାଇଥିଲେ । ସେ ଟପଲେସ ହେବାର କାରଣ ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ସାଙ୍ଗ ତାଙ୍କୁ ଏକ ଚ୍ୟାଲେଞ୍ଜ ଦେଇଥିଲେ । ଷ୍ଟାଡ଼ିୟମ ଭିତରକୁ ସେ ଟପଲେସରେ ପଶିପାରିବେନି ବୋଲି ଆହ୍ୱାନ ଦେଇଥିଲେ । ତେବେ ସାଙ୍ଗର ଚ୍ୟାଲେଞ୍ଜ ପାଇଁ ସେ ଟପଲେସ ହେବାର ରିସ୍କ ନେବାକୁ ପଛେଇନଥିଲେ । ତେବେ ପଡ଼ିଆରେ ତାଙ୍କୁ ଯେଉଁଭଳି ଭାବେ ପୁଲିସ ବାହାର କଲା, ତାହାକୁ ନେଇ ମଧ୍ୟ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି ।
Powered by Froala Editor