ଲେମ୍ବୁ ପରେ ମହଙ୍ଗା ହେବ କଦଳୀ ଆଉ ବେବିକର୍ଣ୍ଣ

ନୂଆଦିଲ୍ଲୀ: ଲେମ୍ବୁ ପରେ ଆଗକୁ କଦଳୀ ଆଉ ବେବିକର୍ଣ୍ଣ ମହଙ୍ଗା ହେବାକୁ ଯାଉଛି । ଏହାର କାରଣ ହେଉଛି ଉଭୟ ସାମଗ୍ରୀକୁ ଆଉ ଏକ ଦେଶକୁ ରପ୍ତାନି କରିବା ପାଇଁ ଅନୁମତି ମିଳିଛି । ଫଳରେ ଚାଷୀ ମାନଙ୍କୁ ସେମାନଙ୍କ ଉପôାଦର ଉତ୍ତମ ମୂଲ୍ୟ ମିଳିବ । କିନ୍ତୁ ଘରୋଇ ବଜାରରେ ଦର ବଢ଼ିଯିବ । ଭାରତ ଏବଂ କାନାଡ଼ା ମଧ୍ୟରେ ଏକ ବୁଝାମଣା ହୋଇଛି, ଯାହା ଜରିଆରେ କାନାଡ଼ା ସରକାର ଭାରତରୁ କଦଳୀ ଏବଂ ବେବିକର୍ଣ୍ଣ ରପ୍ତାନିକୁ ଅନୁମତି ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, କାନାଡ଼ା ସରକାର ଭାରତକୁ ସତେଜ କଦଳୀ ଏବଂ ବେବିକର୍ଣ୍ଣ ରପ୍ତାନି ଅନୁମତି ଦେଇଛନ୍ତି । ଟେକ୍ନିକାଲ ଅପଡେ଼ଟ ପରେ ଚଳିତ ମାସରୁ କାନାଡ଼ାକୁ କଦଳୀ ଏବଂ ବେବିକର୍ଣ୍ଣ ରପ୍ତାନି ଆରମ୍ଭ ହୋଇଯିବ । ଏହି ଦୁଇଟି ଫସଲର ରପ୍ତାନି ହେବା ଦ୍ୱାରା ଘରୋଇ ବଜାରରେ ଆଗାମୀ ଦିନରେ ଉଭୟର ଦର ବହୁତ ମାତ୍ରାରେ ବଢ଼ିବାର ସମ୍ଭାବନା ଅଛି ।
କାନାଡ଼ା ବଜାରରେ କଦଳୀ ଓ ବେବିକର୍ଣ୍ଣ ବିକ୍ରି କରିବା ପାଇଁ ଭାରତ ଦୀର୍ଘଦିନରୁ ପ୍ରୟାସ କରି ଆସୁଥିଲା । ଉଭୟ ଦେଶର ଅଧିକାରୀମାନଙ୍କ ମଧ୍ୟରେ ଏନେଇ ଆଲୋଚନା ଚାଲିଥିଲା । ଏପି୍ରଲ ୭ରେ ଭାରତ ସରକାରଙ୍କ କୃଷି ସଚିବ ମନୋଜ ଆହୁଜା ଏବଂ ଭାରତରେ ଅବସ୍ଥାପିତ କାନାଡ଼ାର ଉଚ୍ଚାୟୁକ୍ତ ଏଚ.ଡ଼ି.କ୍ୟାମେରନ ମ୍ୟାକଙ୍କ ମଧ୍ୟରେ ଅନ୍ତିମ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ଏହି ବୈଠକରେ ରପ୍ତାନିକୁ ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇଛି । ଏହି ଚୁକ୍ତି ପରେ କାନାଡ଼ା ସୂଚନା ଦେଇଛି ଯେ, ଭାରତରୁ ସତେଜ ବେବିକର୍ଣ୍ଣକୁ କାନାଡ଼ା ରପ୍ତାନି ଚଳିତ ମାସରୁ ଆରମ୍ଭ କରାଯାଇପାରେ । ତା’ ସହିତ ଭାରତୀୟ କଦଳୀକୁ କାନାଡ଼ା ରପ୍ତାନି କରିବା ପାଇଁ ତକôାଳ ସ୍ୱୀକୃତି ପ୍ରଦାନ କରାଯାଇଛି ।
ଏହା ସହିତ ଭାରତ ଦ୍ୱାରା ସତେଜ କଦଳି ପାଇଁ ପ୍ରଦାନ କରାଯାଇଥିବା ବୈଷୟିକ ସୂଚନା ଆଧାରରେ କୃଷି ମନ୍ତ୍ରାଳୟ ପ୍ରକାଶ କରିଛି ଯେ, କାନାଡ଼ା ସରକାରଙ୍କ ଏହି ନିଷ୍ପତି ଦ୍ୱାରା ଭାରତୀୟ ଚାଷୀଙ୍କୁ ଅଧିକ ଲାଭ ମିଳିବ ଏବଂ ଭାରତର ରପ୍ତାନି ଆୟ ବଢ଼ିବ । ସୂଚନାଯୋଗ୍ୟ, ଭାରତରୁ କୃଷି ରପ୍ତାନି ଦିନକୁ ଦିନ ବଢ଼ିଚାଲିଛି । ୨୦୨୧-୨୨ ଆର୍ଥିକବର୍ଷରେ ଭାରତର କୃଷି ରପ୍ତାନି ପ୍ରାୟ ୨୦% ବୃଦ୍ଧି ପାଇ ୫୦୨୧କୋଟି ଡ଼ଲାରରେ ପହଞ୍ଚିଛି । ଭାରତ ମୁଖ୍ୟତଃ ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟସ, ଭିଏତନାମ, ଆମେରିକା, ନେପାଳ, ମାଲେସିଆ, ସାଉଦି ଆରବ, ଇଣ୍ଡୋନେସିଆ, ଇରାନ ଏବଂ ମିଶର ଆଦି ଦେଶଗୁଡ଼ିକୁ କୃଷି ଉପôାଦ ରପ୍ତାନି କରିଥାଏ । ଏତର ଭାରତର ଗହମ ରପ୍ତାନିରେ ବି ବୃହତ ବୃଦ୍ଧି ଦେଖାଦେଇଥିବା ଜଣାପଡ଼ିଛି ।
Powered by Froala Editor