ରାମନବମୀରେ ହିଂସାକାଣ୍ଡ : ୪ ରାଜ୍ୟରେ ଅଶାନ୍ତି, ଗୁଜରାଟରେ ଜଣଙ୍କ ମୃତ୍ୟୁ
ରବିବାର ରାମ ନବମୀ ଶୋଭାଯାତ୍ର ବେଳେ ଗୁଜରାଟ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡ ରାଜ୍ୟରେ ହିଂସାକାଣ୍ଡ ଘଟିଛି। ଗୁଜରାଟରେ ହିଂସାକାଣ୍ଡ ଉଗ୍ରରୂପ ନେଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗୁଜରାଟର ଆନନ୍ଦ ଜିଲା ଅଧୀନ ଖମ୍ବତ ଏବଂ ସାବରକାନ୍ତ ଜିଲାର ହିମଟନଗରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ସ୍ଥାନରେ ପଥର ମାଡ଼ ସାଙ୍ଗକୁ ପୋଡାଜଳା ଘଟିଥିବାର ସୂଚନା ମିଳିଛି। ହିଂସାକାଣ୍ଡରେ ଜଣେ ୬୦ ବର୍ଷ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।
ଶ୍ଚିମବଙ୍ଗର ଶିବପୁର ଅଞ୍ଚଳରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ରାମ ନବମୀ ଶୋଭାଯାତ୍ରା ବାହାର କରାଯାଇଥିଲା। ସେତିକିବେଳେ ମାରପିଟ ସହ ପଥରମାଡରେ ଅନେକ ଆହତ ହୋଇଛନ୍ତି। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଝାଡଖଣ୍ଡ ଲୋହାଡାଗା ଅଞ୍ଚଳରେ ମଧ୍ୟ ରାମ ନବମୀ ଶୋଭାଯାତ୍ରା ବେଳେ ଟେକାପଥର ମାଡ଼ ହୋଇଛି। ଏଥିରେ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।
ମଧ୍ୟ ପ୍ରଦେଶର ଅଞ୍ଚଳରେ ହିଂସାକାଣ୍ଡ ଘଟିଛି। ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ସହରର ଅତି ସମ୍ୱେଦନଶୀଳ ଛୋଟି ମୋହନ ଟକିଜ୍ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତିରେ ଦଙ୍ଗାକାରୀଙ୍କ ଘର ଭଙ୍ଗାଯାଇଛି। ଦଙ୍ଗା ଉପରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଶିବରାଜ ସିଂ କହିଛନ୍ତି, ଖରଗୋନର ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦଙ୍ଗାକାରୀଙ୍କୁ ଛଡାଯିବ ନାହିଁ । ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Powered by Froala Editor