ନାବାଳିକା ମୃତ୍ୟୁ ମାମଲାରେ ଟିଏମସି ନେତାଙ୍କ ପୁଅ ଗିରଫ

ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ଏକ ନାବାଳିକାର ମୃତ୍ୟୁ ମାମଲାରେ ଟିଏମସି ନେତାଙ୍କ ପୁଅକୁ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି। ନାବାଳିକାର ପରିବାର ଲୋକଙ୍କ ଅଭିଯୋଗ ଗୋଟିଏ ଜନ୍ମ ଦିନ ପାର୍ଟିରେ ତାଙ୍କ ଝିଅ ସହ ଦୁଷ୍କର୍ମ କରାଯାଇଛି । ଘରକୁ ଫେରିବା ପରେ ଝିଅର ମୃତ୍ୟୁ ହୋଇଯାଇଥିଲା। ଏହାପରେ ନାବାଳିକାର ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଅଭିଯୋଗ ଆଧାରରେ ଟିଏମସି ନେତାଙ୍କ ପୁଅକୁ ଗିରଫ କରାଯାଇଛି ।
ପରିବାର କହିଛନ୍ତି ଯେ, ମୃତ ଦେହକୁ ବିନା ବ୍ୟଚ୍ଛେଦରେ ଅନ୍ତିମ ସଂସ୍କାର କରାଯାଇଛି। ଟିଏମସି ନେତାଙ୍କ ଚାପରେ ପ୍ରଶାସନ ଏଭଳି କାମ କରିଛି । ଏହି ମାମଲାରେ ସମ୍ପୃକ୍ତ ଟିଏମସି ନେତାଙ୍କ ପୁଅ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଏହି ଘଟଣା ପରେ ବିଜେପି ରାଣଘାଟରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା। ମୃତକଙ୍କୁ ନ୍ୟାୟ ଦାବି କରି ବିଜେପି ବନ୍ଦ ଡାକରା ଦେଇଥିଲା ।
ଅନ୍ୟପଟେ ପିଆଇଏଲ ମାମଲା ଣୁଣାଣି ନେଇ କୋର୍ଟ ଆବେଦନ ଗ୍ରହଣ କରିଛନ୍ତି। ଆସନ୍ତା କାଲି ମାମଲାର ଶୁଣାଣି ରହିଛି। ବୀରଭୂମ ହିଂସାକାଣ୍ଡ ପରେ ରାଜ୍ୟରେ ଏମଳି ନାରକୀୟ କାଣ୍ଡ ସାମ୍ନାକୁ ଆସିଛି।
Powered by Froala Editor