ଦେଶରେ ଦିନକରେ ୮୬୧ ସଂକ୍ରମିତ, ୬ ମୃତ

ନୂଆଦିଲ୍ଲୀ: ଦେଶରେ କମିଲା ସଂକ୍ରମଣ । କିଛି ଦିନର ବୃଦ୍ଧି ପରେ ଆଜି ଦୈନିକ ପଜିଟିଭ ମାମଲା ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୮୬୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ସହ ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଦିନକରେ ଦେଶରେ ୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ୯୨୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୧ ହଜାର ୦୫୮(୦.୦୩%) ରହିଥିବା ବେଳେ ଏଯାବତ୍ ଭାରତରେ ମୋଟ ୫ଲକ୍ଷ ୨୧ ହଜାର ୬୯୧ ଜଣଙ୍କ ଜୀବନ ନେଇଛି ମହାମାରୀ । ଏହାସହ ୪,୨୫,୦୩,୩୮୩ ଏପର୍ୟ୍ୟନ୍ତ କୋରୋନାରୁ ସୁସ୍ଥ ଲାଭ କରିଛନ୍ତି । ଦେଶବ୍ୟାପୀ ସମୁଦାୟ ୧,୮୫,୭୪,୧୮,୮୨୭ କୋଟି ଡୋଜ ଟୀକାକରଣ କରାଯାଇଛି ।
Powered by Froala Editor