ଜୁନରେ ୟୁଜିସି-ନେଟ ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ଜୁନ ମାସରେ ହେବ ୟୁଜିସି-ନେଟ ପରୀକ୍ଷା । ଚଳିତ ବର୍ଷ ଜୁନ ମାସର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପ୍ରବେଶିକା ପରୀକ୍ଷା ହେବ । ଏନେଇ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ ଜଗଦେଶ କୁମାର ସୂଚନା ଦେଇଛନ୍ତି ।
୨୦୨୧ ଡିସେମ୍ବର ଟର୍ମ ଓ ଚଳିତ ବର୍ଷର ଜୁନ୍ ଟର୍ମକୁ ମିଶାଇ ଦୁଇଟି ଟର୍ମର ପ୍ରବେଶିକା ପରୀକ୍ଷା ଏକା ସାଙ୍ଗରେ କରାଯିବ । ତେବେ ପରୀକ୍ଷା ତାରିଖ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ NTA ତରଫରୁ ପରୀକ୍ଷା ତାରିଖ ନେଇ ସବିଶେଷ ସୂଚୀ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ଟ୍ବିଟ କରି କହିଛନ୍ତି ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ ଜଗଦେଶ କୁମାର ।
Powered by Froala Editor