ହାଜତରେ ନାବାଳକ, ତଦନ୍ତ କରିବେ ଏଡିସିପି
କଟକ: ଫାଣ୍ଡି ହାଜତରେ ନାବାଳକ ମାମଲାର ତଦନ୍ତ କରିବେ ଏଡିସିପି । ଜଣେ ଏଡିସିପି ର୍ୟାଙ୍କର ଅଧିକାରୀ ତଦନ୍ତ କରିବେ ବୋଲି ଡିସିପି କହିଛନ୍ତି । ପୋଲିସ, ଯଦି କିଛି ନିୟମ ଉଳଂଘନ ହୋଇଥାଏ, ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି ।
ଏକ ଚୋରି ମାମଲାରେ ନାବାଳକକୁ ଫାଣ୍ଡିକୁ ଅଣାଯାଇଥିବା ଡିସିପି ପ୍ରତୀକ ସିଂ କହିଛନ୍ତି । ମଙ୍ଗଳାବାଗ ଥାନା ବଡମେଡିକାଲ ଫାଣ୍ଡିରେ ନାବାଳକ ଅଟକ ଅଭିଯୋଗ ଥିଲା । ଚୋରି ଅଭିଯୋଗରେ ନାବାଳକକୁ ୩ଦିନ ହାଜତରେ ରଖିବା ଅଭିଯୋଗ ହୋଇଥିଲା । ପରେ ତାକୁ ହାଜତ ଭିତରେ ରଖି ନିର୍ଯାତନା ଦିଆଯାଉଥିବା ଖବର ପାଇ ଚାଇଲ୍ଡ ହେଲ୍ପଲାଇନ ସେଠାରେ ପହଞ୍ଚିଥିଲା । ନାବାଳକକୁ ହାଜତ ଭିତରେ ଦେଖି ଚାଇଲ୍ଡ ହେଲ୍ପ ଲାଇନ୍ ତାଗିଦ୍ କରିଥିଲା । ନାବାଳକକୁ ହାଜତ ବାହାରକୁ ଅଣାଯାଇଥିଲା । ଏହାପରେ ପୋଲିସ୍ ତାକୁ ପାଇପରେ ବାଡେଇଥିବା ନାବାଳକ ଜଣଙ୍କ କହିଛି । ପିଲାଟି ଦେହରେ ମାଡର ଚିହ୍ନ ମଧ୍ୟ ରହିଛି ।
Powered by Froala Editor