ବଡଖବର: ଦ୍ରୁତ ସଂକ୍ରମଣ କରିପାରିବନି ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଏହାସହିତ କରୋନା ମୃତୁ୍ୟ ସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହେଉଛି । ଚୀନ ଭଳି କେତେକ ଦେଶରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହେବାରେ ଲାଗିଛି । ଏଥିପାଇଁ କାରୋନାର ଆଉ ଏକ ଲହର ଆସିବାର ଅଧିକ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ଏହାରି ଭିତରେ ଆସିଥିବା କୋଭିଡ୍ ଏକସଇ ଭ୍ୟାରିଆଣ୍ଟକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି । ଏନେଇ ଏନଟିଏଜିଆଇ ମୁଖ୍ୟ ଏନ୍ଜେ ଆରୋରା ସୂଚନା ଦେଇଛିନ୍ତି । ସେ କହିଛନ୍ତି, ଓମିକ୍ରନ ଏକ୍ସଇ ପରି ଅନେକ ନୂଆ ଭାରିଆଣ୍ଟ ସୃଷ୍ଟି କରିବ । ଏସବୁ ନୂଆ ଭାରିଆଣ୍ଟ ମାରାତ୍ମକ ନୁହନ୍ତି କି ଦ୍ରୁତ ସଂକ୍ରମଣ କରିପାରିବନି । ତଥାପି କରୋନା କଟକଣା କିଛି ଦିନ ଯାଏ ମାନି ଚଳିବା ଉଚିତ୍ ବୋଲି କୁହାଯାଇଛି ।
Powered by Froala Editor