ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ
ସେନା ଓ ପୋଲିସ ମିଳିତ ଭାବେ CRPF ଯବାନଙ୍କ ଉପରେ ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଏକ ଏନକାଉଣ୍ଟରରେ ଆତଙ୍କବାଦୀ ଦ୍ୱୟ ପ୍ରାଣ ହରାଇଛନ୍ତି । କଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ ବିଜୟ କୁମାରଙ୍କ କହିବା ମୁତାବକ, ଅପରେସନ୍ ଏବେ ବି ଜାରି ରହିଛି। ନିକଟରେ CRPF ଯବାନଙ୍କ ଉପରେ ଆକ୍ରମଣ କରିଥିବା ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ଅନ୍ୟ ଜଣକୁ ଧରିବା ପାଇଁ ଏନକାଉଣ୍ଟର ଚାଲିଛି ।
ସୂଚନା ଅନୁସାରେ, ରବିବାର ବିଶମ୍ବର ନଗର ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ତଥ୍ୟ ମିଳିଥିଲା । ଯବାନମାନେ ତୁରନ୍ତ ଏଠାରେ କମ୍ବିଂ ଅପରେସର ଆରମ୍ଭ କରିଥିଲେ। ତେବେ ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ । ଯବାନମାନେ ଏହାର କଡା ଜବାବ ଦେଇଥିଲେ । ଯେଉଁଥିପାଇଁ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ନିହତ ଆତଙ୍କବାଦୀ ଗତ ଏପ୍ରିଲ୍ ୪ ତାରିଖରେ ଶ୍ରୀନଗରର ମାଇସୁମା ଅଞ୍ଚଳରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିଲା । ଯେଉଁଥିରେ ଜଣେ ଯବାନ ସହିଦ ହୋଇଥିଲେ ।
Powered by Froala Editor