ମଞ୍ଜୁଲତା କହଁର ବିଜେଡି ଡେପୁଟି ମେୟର ପ୍ରାର୍ଥୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଡେପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହାରି ଭିତରେ ବିଜେଡି ପକ୍ଷରୁ ଡେପୁଟି ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ୨୨ ନଂ ୱାର୍ଡର କର୍ପୋରେଟର ମଞ୍ଜୁଲତା କହଁର ବିଜେଡି ପ୍ରାର୍ଥୀ ହୋଇଛନ୍ତି । ତେବେ ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ତାଙ୍କ ଜିତାପଟ ସୁନିଶ୍ଚିତ ବୋଲି କୁହାଯାଉଛି । ଆଜି ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ । ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ । ୧୧ଟାରୁ ୧୨ଟା ସୁଦ୍ଧା ନାମାଙ୍କନ ଯାଞ୍ଚ ଓ ଅପରାହ୍ନ ଗୋଟାଏ ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ । ସେହିପରି ୧.୩୦ରୁ ୩.୩୦ ମଧ୍ୟରେ ଡେପୁଟି ମେୟର ନିର୍ବାଚନ ଶେଷ ହେବ । ଭୁବନେଶ୍ୱରରେ ମୋଟ ୬୭ କର୍ପୋରେଟର ଆସନରୁ ୪୮ ଆସନରେ ବାଜିମାତ୍ କରିଥିଲା ବିଜେଡି । ବିଜେପିକୁ ୧୦ଟି ଆସନ ମିଳିଥିବାବେଳେ ସ୍ୱାଧୀନଙ୍କୁ ମିଳିଥିଲା ୯ଟି ଆସନ । ତେବେ ସ୍ୱାଧୀନଙ୍କ ମଧ୍ୟରୁ ଏକାଧିକ ସ୍ୱାଧୀନ କର୍ପୋରେଟର ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ୪୮ ଆସନ ଅକ୍ତିଆର କରିଥିବାରୁ ଡେପୁଟି ମେୟର ବିଜେଡିରୁ ହେବା ଅନୁମାନ କରାଯାଉଛି ।
Powered by Froala Editor