ବଢିଲାଣି ସଂକ୍ରମଣ : ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଦିଆଯିବ ବୁଷ୍ଟର ଡୋଜ୍
ଏଣିକି ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ କରୋନାର ବୁଷ୍ଟର ଡୋଜ୍ ଦିଆଯିବ। ଯେଉଁମାନେ ୧୮ ବର୍ଷରୁ ଅଧିକ ବୟସର ହୋଇଥିବେ ଏବଂ ଦ୍ୱିତୀୟ ଡୋଜ୍ ନେବାର ନଅ ମାସ ପୂରଣ କରିସାରିଥିବେ, ସେମାନେ ବୁଷ୍ଟର୍ ଡୋଜ୍ ନେଇପାରିବେ। ଏ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଏପ୍ରିଲ ୧୦ ତାରିଖରୁ ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ବୁଷ୍ଟର ଡୋଜ୍ ଉପଲବ୍ଧ ହେବ।
ସଂପ୍ରତି ଦେଶରେ କୋଭିଡ୍-୧୯ର ନୂତନ ରୂପାନ୍ତରିତ ଭୂତାଣୁ ଚିହ୍ନଟ ହେବା ସହ ଦେଶରେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାକୁ ଆରମ୍ଭ କରିଛି। ଗତକାଲି ଦେଶରେ ଦୈିନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଉପରେ ରହିଥିବା ବେଳେ ଆଜି ଏହା ୧୧୦୦ ଟପି ଯାଇଛି। ଦୈନିକ କୋଭିଡ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏବଂ ଭାଇରୋଲୋଜିଷ୍ଟମାନେ କୋଭିଡ ଜନିତ ମୃତ୍ୟୁ ଏବଂ କୋଭିଡ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ଜଟିଳତା ହ୍ରାସ କରିବା ପାଇଁ ବୁଷ୍ଟର ଡୋଜ୍ ସୁପାରିଶ କରିଛନ୍ତି। ବିଶ୍ୱର ଅନେକ ଦେଶ ଇତିମଧ୍ୟରେ କୋଭିଡ ଟିକାର ଚତୁର୍ଥ ଡୋଜ୍ ଦେବା ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତରେ ମଧ୍ୟ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
Powered by Froala Editor