ରେଳ ଷ୍ଟେସନରେ ରକେଟ୍ ଆଟାକ୍ : ୩୦ରୁ ଊର୍ଦ୍ଧ୍ୱ ମୃତ
ୟୁକ୍ରେନର କ୍ରାମାଟୋରସ୍କ ସହରରେ ଥିବା ଗୋଟିଏ ରେଳ ଷ୍ଟେସନ ଉପରେ ରୁଷ ପକ୍ଷରୁ ଦୁଇଟି ରକେଟ୍ ମାଡ଼ ହୋଇଛି। ଏହି ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଲୋକ ଆହତ ହୋଇଛନ୍ତି। ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ଏହି ରେଳ ଷ୍ଟେସନରୁ ବିଭିନ୍ନ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ହେଲେ ରେଳ ଷ୍ଟେସନରେ ରେକଟ ମାଡ଼ ହେବାରୁ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଜାରି ରହିଥିବା ଯୁଦ୍ଧ ଭୟରେ ଲୋକମାନେ ୟୁକ୍ରେନର ବିଭିନ୍ନ ସୁରକ୍ଷିତ ପ୍ରାନ୍ତକୁ ଯିବାକୁ ଚେଷ୍ଟା କରୁଛନ୍ତି। ଏହିକ୍ରମରେ ଆଜି ରେଳ ଷ୍ଟେସନରେ ଶତାଧିକ ଲୋକ ଟ୍ରେନରେ ଯିବା ପାଇଁ ଅପେକ୍ଷା କରିଥିଲେ। ଏତିକି ବେଳେ ରେଳ ଷ୍ଟେସନକୁ ଟାର୍ଗେଟ କରି ରୁଷ ସେନା ଦୁଇଟି ରକେଟ ମାଡ଼ କରିଥିଲା। ଏହି ଆକ୍ରମଣରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଉଛି। ରକେଟ ମାଡ଼ ପରେ ଷ୍ଟେସନର ଗୋଟିଏ ପାର୍ଶ୍ୱରେ ନିଆଁ ଲାଗିଯାଇଛି।ଲଗାତର ଭାବେ ସାଧାରଣ ନାଗରିକଙ୍କ ମୃତ୍ୟୁ ମାମଲା ବୃଦ୍ଧି ପାଉଥିବା ବେଳେ ଏହାକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି।
Powered by Froala Editor