ପରିକ୍ରମା ପ୍ରକଳ୍ପ ପାଇଁ ହାଇକୋର୍ଟଙ୍କ ଜବାବ ତଲବ
ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଏହା ଭିତରେ ଏଥିରେ ହସ୍ତକ୍ଷେପ କରିଛନ୍ତି ମାନ୍ୟବର ହାଇକୋର୍ଟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି । ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ ହାଇକୋର୍ଟ ଜବାବ ତଲବ କରିଛନ୍ତି । ରାଜ୍ୟ ସରକାର ଓ ଏଏସଆଇକୁ ହାଇକୋର୍ଟ ଜବାବ ତଲବ କରିଛନ୍ତି । ୩ଟି ପ୍ରସଙ୍ଗରେ ଆସନ୍ତା ୧୭ ସୁଦ୍ଧା ଏନେଇ ଜଣାଇବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ସେଗୁଡ଼ିକ ହେଲା-
୧- ଶ୍ରୀମନ୍ଦିର ଚାରିପାଖରେ କ’ଣ ନିର୍ମାଣ ହେଉଛି ଜଣାନ୍ତୁ
୨-ନିର୍ମାଣ କାର୍ଯ୍ୟ ପାଇ: ଅନୁମତି ରହିଛି କି ନାହିଁ ଜଣାନ୍ତୁ
୩- ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ଅଛି କି ନାହିଁ ଜଣାନ୍ତୁ
ଏପ୍ରିଲ ୨୧ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
Powered by Froala Editor