ସହିଦଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି : ଦେହରେ ଆଙ୍କିଛନ୍ତି ୬୩୧ ଟାଟୁ
ବୀର ସହିଦଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପଣ୍ଡିତ ଅଭିଷେକ ଗୌତମ। ଅଭିଷେକ ତାଙ୍କ ଦେହରେ ୬୩୧ଜଣ ସହିଦଙ୍କ ନାଁରେ ଟାଟୁ ଆଙ୍କିଛନ୍ତି। ଏଥିରୁ ୫୫୯ ଜଣ କାର୍ଗିଲ ସହିଦ । ତାଙ୍କର ଏଭଳି କାର୍ଯ୍ୟକୁ ଯେତେ ପ୍ରଶଂସା କଲେ ବି କମ୍ ହେବ ।
ଉତ୍ତରପ୍ରଦେଶ ହାପୁଡ଼ରେ ରୁହନ୍ତି ଅଭିଷେକ। ଇଣ୍ଟେରିୟର ଡିଜାଇନର୍ ଭାବେ କାମ କରନ୍ତି। ଅଭିଷେକ ନିଜ ପିଠିରେ ସହିଦଙ୍କ ନାଁ ବ୍ୟତୀତ ଇଣ୍ଡିଆ ଗେଟ୍ ଏବଂ ସହିଦ ସ୍ମାରକୀ ମଧ୍ୟ ଆଙ୍କିଛନ୍ତି। ନିଜ ପିଠିରେ ସେ କର୍ଗିଲ ସହିଦ ଛାପରାସ୍ଥିତ ଏକମାର ଅରୁଣ କୁମାର ସିଂଙ୍କ ଚିତ୍ର ମଧ୍ୟ ଆଙ୍କିଛନ୍ତି। ସେ ସହିଦଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି। ସେ ଚାହୁଁଛନ୍ତି ଯେ ଏକମାରେ ଅରୁଣ କୁମାର ସିଂଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉ। ଏହି କାମରେ ସେ ସରକାରଙ୍କ ସହଯୋଗର ଆଶା ମଧ୍ୟ କରିଛନ୍ତି।
ଅଭିଷେକଙ୍କ ଟାଟୁ ଦେଖିବାକୁ ଲୋକଙ୍କର ଭିଡ ଜମୁଛି। ଲୋକେ ତାଙ୍କ ଟାଟୁର ଫଟୋ ଉଠାଉଛନ୍ତି ଏବଂ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସେୟାର କରୁଛନ୍ତି।
Powered by Froala Editor