ଲେମ୍ବୁ ଦେଖିଲେ ମୁହଁ ଖଟା କରିଦେଉଛନ୍ତି ଗ୍ରାହକ
ଖାଇବା ତେଲ, ପେଟ୍ରୋଲ ଦର ବୃଦ୍ଧି ପରେ ଏବେ ଲେମ୍ବୁ ଦର ଆକାଶ ଛୁଆଁ ହୋଇଛି । ଲୋକେ ଲେମ୍ବୁ କିଣିବାକୁ ମୁଁହ ଖଟା କରିଦେଉଛନ୍ତି । ରାଜସ୍ଥାନ କୋଟାରେ ଲେମ୍ବୁର ମୂଲ୍ୟ ପେଟ୍ରୋଲ ଏବଂ ଡିଜେଲ ଅପେକ୍ଷା ମହଙ୍ଗା ହୋଇଛି । ୧୦ ଦିନ ପୂର୍ବରୁ ଲେମ୍ବୁ କିଲୋ ପିଛା ୬୦-୭୦ ଟଙ୍କା ଥିବାବେଳେ, ବର୍ତ୍ତମାନ କିଲୋଗ୍ରାମ ପିଛା ୨୫୦ ରୁ ୨୮୦ ଟଙ୍କାକୁ ବୃଦ୍ଧି ପାଇଛି। ଲେମ୍ବୁ ବ୍ୟତୀତ ଭେଣ୍ଡି, କାକୁଡି, ଜହ୍ନି, କଞ୍ଚାଲଙ୍କା ଭଳି ପନିପରିବାର ମୂଲ୍ୟ ମଧ୍ୟ ୭୦ରୁ ୮୦ ଟଙ୍କାକୁ ବୃଦ୍ଧି ପାଇଛି।
ପନିପରିବା ବିକ୍ରୟ କରୁଥିବା ଦୋକାନୀମାନେ କହୁଛନ୍ତି ଯେ ଲେମ୍ବୁ ସହ ପନିପରିବା ଅଧିକ ମୂଲ୍ୟରେ କିଣିବାକୁ ପଡୁଥିବାରୁ ଗ୍ରାହକଙ୍କୁ ଅଧିକ ମୂଲ୍ୟରେ ବିକ୍ରି କରିବାକୁ ପଡୁଛି । ଏଣେ ଗ୍ରାହକ ବି ଲେମ୍ବୁ ପ୍ରାୟତଃ କିଣୁନଥିବା ଦେଖାଯାଉଛି ।
Powered by Froala Editor